ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍ କୃଷି କାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍ଇଏସ , ଭୁବନେଶ୍ୱର ଓ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରକୁ ବ୍ଲକ୍ କୃଷି ଅଧିକାରୀ ଡମ୍ବରୁଧର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଲିମଦାତା ରୂପେ ସହକାରୀ କୃଷି ଅଧିକାରୀ ସୁଜିତ କୁମାର ଭୋଇ, ଏଫ୍ଇଏସ ମାଷ୍ଟର ଟ୍ରେନର ଅଭୟ ତ୍ରିପାଠୀ ଯୋଗଦେଇ ଜଳ ପରିଚାଲନ ଉପରେ ଆଲୋକପାତ କରିଥିଲେ । ବର୍ଷା ଜଳ ସଂରକ୍ଷଣ , ଜଳ ଉତ୍ସ , ଭୂପୃଷ୍ଠ ଜଳ, ଭୂତଳ ଜଳ ପରିଚାଳନା ଉପରେ ତାଲିମ ପ୍ରଦାନ କରିବା ସହ ପାଣି ଖେଳ ଓ ପାଣି ଚାଷ ବଜେଟ ଉପରେ ଆଲୋଚନା ହୋଇଥିଲା । ତାଲିମ ଶିବିରରେ କୃଷି କର୍ମଚାରୀ , କୃଷକ ସାଥି ଓ କୃଷି ମିତ୍ର ମାନେ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ବ୍ଲକ୍ର ବିଭିନ୍ନ ଗାଁରେ ଜଳ ପରିଚାଳନା ସମ୍ପର୍କିତ ସଚେତନତା କରାଯିବ ବୋଲି କହିଥିଲେ ।