୪ର୍ଥ ଦିନରେ ପହଞ୍ଚିଛି ଆଉଟ ସୋର୍ସିଂ କର୍ମଚାରୀ କଳା ବ୍ୟାଜ ପରିଧାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋର୍ସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଜ ଧାରଣ କରି ନିଜ ନିଜ ବିଭାଗରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିଖ ମଧ୍ୟରେ ଯଦି କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଆଉଟସୋର୍ସିଂ ପ୍ରଥାକୁ ବିଲୋପ କରି ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବେ ତେବେ ସାରା ଓଡ଼ିଶାରେ ଥିବା ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ନିଜ ଜିଲ୍ଲାରୁ ବାହାରି ରାଜଧାନୀରେ ପହଞ୍ଚି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପମାଲ୍ୟ ଦେଇ ସୁସ୍ୱାଗତ ଜଣାଇ ନିଜ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବୁ ଯଦି ସରକାର ୨୦ ତାରିଖ ସୁଦ୍ଧା କିଛି ପଦକ୍ଷେପ ନ ନିଅନ୍ତି ତେବେ ୨୬ ତାରିଖରେ ଓଡିଶାରୁ ସବୁ ବର୍ଗର ଆଉଟସୋର୍ସିଂ କର୍ମଚାରୀ ସମୂହ ଭାବେ ବହାରିଯାଇ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ସହବନ୍ଧିତ ହୋଇ ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଶକ୍ତି ପ୍ରଦର୍ଶନ କରିବୁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Comments (0)
Add Comment