ଚୁଆଁରେ ବୁଡି ୮ବର୍ଷର ଛାତ୍ରୀ ମୃତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନରେ ଥିବା ପିକରଡି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା ଗ୍ରାମର ଜଣେ ୮ ବର୍ଷର ନାବାଳିକା ସିମରନ୍‌ ପ୍ରଧାନ ଚୁଆଁରେ ପଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି । ସୂଚନା ଅନୁସାରେ ପିତା ପ୍ରସାନନ୍ଦ ପ୍ରଧାନଙ୍କ ସାନ ଝିଅ ଗ୍ରାମ ନିକଟରେ ଥିବା ଚୁଆଁରେ ଲୁଗା ସଫା କରିବା ପାଇଁ ଯାଇଥିବା ବେଳେ ଅସାବଧାନତା ପାଇଁ ଚୁଆଁ ଭିତରେ ପଡ଼ିଯାଇ ମୃତ୍ୟୁ ବରଣ କରିଥିବା ସୂଚନା ରହିଛି । ସେ ନିକଟସ୍ଥ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ ।ତେବେ ଚୂଆଁର ପାଣି ଖରା ପାଇଁ ଶୁଖି ଯାଇଛି ବା ପାଣି ଦୁଇ ତିନି ଫୁଟ ତଳେ ଅଛି ଓ ଛୋଟ ବାଲ୍ଟି ସାହାଯ୍ୟରେ ପାଣି କାଢ଼ିବାକୁ ପଡ଼ିଥାଏ । ତେବେ ଆଜି ଦିନ ୧୨ ଟା ବେଳେ ଉକ୍ତ ଝିଅ ଚୂଆଁରେ ଲୁଗା ସଫା କରିବା ପାଇଁ ଯାଇଥିଲେ ଓ କୌଣସି କାରଣରୁ ଅସାବଧାନତା ପାଇଁ ପାଣିରେ ପଡିଯାଇଥିଲେ ।ପରିବାର ପକ୍ଷରୁ ଖୋଜାଖୋଜି ପରେ ଚୂଆଁରେ ପଡ଼ିଥିବା ଜାଣି ଉଦ୍ଧାର କରି ତୁରନ୍ତ ଅଟୋ ସାହାଯ୍ୟରେ ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ କିନ୍ତୁ ଡାକ୍ତର ଝିଅକୁ ମୃତ ଘୋଷଣା କରିଥିଲେ । ପରିବାର ମଧ୍ୟରେ ଶୋକର ଛାୟା ଖେଳିଥିବା ବେଳେ ପରିବାରରେ ଦୁଇଟି ଝିଅ ଥିଲେ ଓ ମୃତ ଝିଅ ଜଣକ ସାନ ଝିଅ ଥିଲେ । ତେବେ ଏହି ଘଟଣାଟି ଟିକାବାଲି ଥାନା ଓ ବ୍ଲକ ହେଉଥିବା ବେଳେ ଘୁ.ଦୟଗିରି ପୋଲିସ ନିକଟରେ ସ୍ଥାନୀୟ ମେଡ଼ିକାଲ ପକ୍ଷରୁ ସୂଚନା ଦିଆଯାଇଥିଲା ଓ ଘୁ ଉଦୟଗିରି ପୋଲିସ ଟିକାବାଲି ପୋଲିସକୁ ସୂଚନା ଦେଇଥିବା ପ୍ରକାଶ କରିଛନ୍ତି,ଯେହେତୁ ଟିକାବାଲି ଥାନା ଅଧୀନରେ ସେହି ଗ୍ରାମ ରହିଥିବା କାରଣରୁ ଟିକାବାଲି ପୋଲିସ ଆସିଲେ ଶବ ବ୍ୟବଚ୍ଛେଦ ହେବ ବୋଲି ଘୁ ଉଦୟଗିରି ଥାନା ପକ୍ଷରୁ ସୂଚନା ରହିଛି ।

Comments (0)
Add Comment