ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜେଡିର ରୌପ୍ୟ ଜୟନ୍ତୀ ସମାରୋହ ପାଳିତ

ସୁବର୍ଣ୍ଣପୁର : ଆଜି ସୋନପୁର ସଦରବ୍ଲକର ନାରାୟଣପୁରଠାରେ ସୋନପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୫ତମ ରୌପ୍ୟଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଏଥିରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅଧ୍ୟକ୍ଷତା କରି ବର୍ତ୍ତମାନର ବିଜେଡି ସରକାର, ମୋ ସରକାରରେ କେହି ବଡ଼ କିମ୍ବା ସାନ ନୁହନ୍ତି ସମସ୍ତଙ୍କୁ ନେଇ ନବୀନ ପଟ୍ଟନାୟକ ଓଡ଼ିଶା ମୋ ପରିବାର ବୋଲି କହନ୍ତି,ସେଥିରେ ସେ ଓଡ଼ିଶା ବାସୀଙ୍କୁ କେତେ ଭଲପାଆନ୍ତି ତାହା ସୂଚାଇଥାଏ । ମାଁ ମାନଙ୍କ ଅଭିବୃଦ୍ଧି ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଆଜି ସାରାଭାରତରେ ଏକ ଉଦାହରଣ ଭାବରେ ଉଭାହୋଇଛି ଏପରିକି ତାଙ୍କର ପ୍ରତିଟି ପଦକ୍ଷେପକୁ ଏବେ ସମସ୍ତ ରାଜ୍ୟ ଅନୁକରଣ କରୁଛନ୍ତି । ସମସ୍ତଙ୍କୁ ନେଇ ଆଗାମୀ ଦିନରେ ନୂତନ ଓଡ଼ିଶା ଗଠନର ଯେଉଁ ପରିକଳ୍ପନାର ବାସ୍ତବ ରୂପ ଯେ ସାକାର ହେବ ତାହା ଦିନକୁ ଦିନ ବିଜେଡିର ବୃଦ୍ଧି ପାଉଥିବା ଲୋକପ୍ରିୟତା ଘଟଣାରୁ ସ୍ପଷ୍ଟ ପ୍ରତେୟ ହେଉଛି । ଏହି ସଭାକୁ ମାନଭଞ୍ଜନ ମିଶ୍ର ସଂଯୋଜନା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ଉପ ସଭାପତି ରମେଶ ପୁଜାରୀ , ଯୁବ ସଭାପତି ଅଶୋକ ନନ୍ଦ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାୟକ, କଇରୁ ସ୍ୱାଇଁ, ଅଭିମନ୍ୟୁ କୁଶଳ, ହିମାଂଶୁ ଶେଖର ବିଶ୍ୱାଳ, ଶତୃଘ୍ନ ପୃଷ୍ଟି ତଥା ବିଭିନ୍ନ ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ନିର୍ବାଚିତ ପ୍ରତିନିଧି ପ୍ରମୁଖ ନିଜନିଜ ବକ୍ତବ୍ୟରେ ବିଜେଡି ଦଳ ଓଡ଼ିଶାରେ ଏକ ଅପ୍ରତିଦ୍ୱନ୍ଦି ଦଳଭାବରେ ଉଭାହୋଇ ଜନମାନସର ସେବାରେ ନିଜକୁ ଉତ୍ସର୍ଗ କରିଛି ବୋଲି ମତବ୍ୟକ୍ତ କରିଥିଲେ ।

Comments (0)
Add Comment