ଘୁ.ଉଦୟଗିରି:- ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳାଠାରେ ବିଧାୟକ ସାଲୁଗା ପ୍ରଧାନଙ୍କ ନେତୃତ୍ୱରେ ଜନ ସମ୍ପର୍କ ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଉପସ୍ଥିତ ରହି ସମସ୍ତ କର୍ମୀମାନଙ୍କୁ ମାର୍ଗ ଦର୍ଶନ କରିଥିଲେ ।
ଚଳିତ ମାସ ୨୬ ତାରିଖରେ ହେବାକୁ ଥିବା ଜନ ସମ୍ପର୍କ ପଦଯାତ୍ରା କିପରି ସୁରୁଖୁରୁରେ ଅନୁଷ୍ଠିତ ହୋଇ ସମାପନ ହେବ ସେ ବିଷୟରେ ପୁଙ୍ଖାନୁୁପୁଙ୍ଖ ଆଲୋଚନା ହୋଇଥିଲା । ବିଧାୟକ ସାଲୁଗା ପ୍ରଧାନ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଗୁଡ଼ିକର ସମ୍ପାଦନ ନିମନ୍ତେ ସମସ୍ତ ନେତୃବୃନ୍ଦଙ୍କୁ ଦାୟିତ୍ୱ ବଣ୍ଟନ କରିଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ସ୍ଥାନୀୟ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ଉପାଧ୍ୟକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଉପାଧ୍ୟକ୍ଷ ଏନ ଲୁକ୍, ନବ ନିର୍ବାଚିତ କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ନଗର ସଭାପତି ଗୋପାଳ ମହାପାତ୍ର, ବ୍ଲକ ସଭାପତି ଲିଙ୍ଗରାଜ କହଁର, ଏନଏସି ବିଧାୟକ ପ୍ରତିନିଧି ଅନିଲ କୁମାର ଦଳବେହେରା, ବ୍ଲକ ବିଧାୟକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ ଓ ସମସ୍ତ ପଞ୍ଚାୟତ ସଭାପତି ଓ ଛାତ୍ର ସଭାପତି ଛଟନ ନାୟକ ଓ ବିଜୁ ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଚଳିତ ମାସ ୨୬ ତାରିଖରେ ପଦାସାହିଠାରୁ ଶ୍ରୀରାମ ପଦା ଓ ଗ୍ରେସିଙ୍ଗିଆଠାରୁ ରଟିଙ୍ଗିଆ ସଭାସ୍ଥଳୀ ନିକଟକୁ ପଦଯାତ୍ରା କାର୍ଯ୍ୟକ୍ରମ ରହିଥିବା ବେଳେ ବିଧାୟକ ସେଠାରେ ଆୟୋଜିତ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।