ଗଜପତି ଉତ୍ସବ-୨୨ ସ୍ମରଣିକା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ସ୍ମରଣିକା କମିଟିର ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି । ସ୍ମରଣିକା ଉପଯୋଗୀ ଗଜପତିର ସାରସ୍ୱତ, ସାଂସ୍କୃତିକ,ଐତିହ୍ୟ,ଶିଳ୍ପ,କଳା, ଭାସ୍କଯ୍ୟ, ଲୋକ କଥା, ଲୋକ ନୃତ୍ୟ ଗୀତ,ବିଲୁପ୍ତ ଓ ପ୍ରଚଳିତ ହସ୍ତ୍‌ କଳା, ପର୍ଯ୍ୟଟନସ୍ଥଳୀ,ପ୍ରାକୃତିକ ବିଭବ, ଅନାଲୋଚିତ ପ୍ରତିଭା,ଦିବଙ୍ଗତ ଓ ଆୟୁଷ୍ପାନ୍‌ ପ୍ରତିଭାଧର ମାନଙ୍କର ସମ୍ପର୍କିତ ଲେଖା, ପ୍ରଭୃତି ଆସନ୍ତା ମାସ ତା.୦୫.୧୨.୨୨ରିଖ ସୁଦ୍ଧା ସ୍ମରଣିକା କମିଟିରେ ପହଞ୍ଚିବା ଜରୁରୀ । ନିର୍ଦ୍ଧାରିତ ସମୟପରେ ଲେଖା ଗ୍ରହଣ କରାଯିବ ନାହିଁ । ଲେଖକ ଲେଖିକାଙ୍କୁ ଅନୁରୋଧ ଲେଖା ଗୁଡ଼ିକର ମୌଳିକତା ପ୍ରତି ଧ୍ୟାନ ଦେବେ । ଓଡ଼ିଆ ଏବଂ ଇଂଲିଶ ଲେଖା ଗ୍ରହଣୀୟ । ବୈଠକରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସାହିତ୍ୟ ଏକାଡେମୀ ସଦସ୍ୟ, ବିଚିତ୍ରାନନ୍ଦ ବେବର୍ତ୍ତା, ଡେପୁଟି କଲେକ୍ଟର କିରଣ କୁମାର ମହାନ୍ତି, ଡ. ବିଧୂତ ମିଶ୍ର, ବିନୋଦ ଚନ୍ଦ୍ର ଜେନା, ଡ.ଅଜୟ ତ୍ରିପାଠୀ, ଡ.କଲ୍ୟାଣୀ ମିଶ୍ର, ଡ.ଚନ୍ଦ୍ର ଶେଖର ଦାସ ଯୋଗଦାନ କରିଥିଲେ । ଚଳିତ ୨୩.୧୧.୨୨ ସଂଧ୍ୟା ୫.୩୦ ଠାରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ସମସ୍ତ କମିଟିର ସଦସ୍ୟ ଗଣ ଯୋଗଦାନ କରି ଲେଖା ଗୁଡ଼ିକର ନିର୍ବାଚନ ଓ ସଂଶୋଧନ କରିବା ପାଇଁ ଏକାଠି ହେବେ । ଶେଷରେ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment