ଘୁ. ଉଦୟଗିରି : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସରକାରୀ/ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଆବର୍ଜନା ନିୟନ୍ତ୍ରଣ ଓ କାର୍ଯ୍ୟାଳୟରୁ ବାହାରୁଥିବା ଆବର୍ଜନା ସଂଗ୍ରହ କରାଯାଇ ସେଗୁଡ଼ିକର ପୁନଃ ବ୍ୟବହାର କରିବା ପାଇଁ ଏକ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କାର୍ଯ୍ୟାଳୟରୁ ବାହାରୁଥିବା ଆବର୍ଜନାକୁ ଏକତ୍ରିତ କରି ସଂଗ୍ରହ କରାଯିବା ପରେ ତାର ପୃଥକି କରଣ କରାଯାଇ ପୁନଃପ୍ରସ୍ତୁତ କରି ବ୍ୟବହାର ଯୋଗ୍ୟ କରି କାର୍ଯ୍ୟାଳୟ ପରିସରକୁ କିପରି ଆବର୍ଜନା ମୁକ୍ତ କରାଯାଇପାରିବ ଏହି ଅବସରରେ ଆଲୋଚନା ହୋଇଥିଲେ । ସେଥି ନିମନ୍ତେ 3 R,( Recycle, Reuse, Reduce ) କିଓସ୍କ ସ୍ଥାପନା କରାଯାଇଥିଲା । ପ୍ରତ୍ୟେକ ସରକାରୀ/ବେସରକାରୀ କାର୍ଯ୍ୟାଳୟରୁ ବାହାରୁଥିବା ଆବର୍ଜନା ସଂଗ୍ରହ ଏବଂ ଏହାର ସୁପରିଚାଳନା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ ।