ପୌରାଧ୍ୟକ୍ଷାଙ୍କ ଉଦ୍ୟମରେ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ପୁରାତନ ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ମହାନ୍ତିଙ୍କ ନିର୍ଦ୍ଦେଶରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଫୁଲବାଣୀ ସହରର ବଜାରର ନିକଟରେ ଥିବା ପୋଖରୀର ଅଳିଆ ଆବର୍ଜନା ଓ ଦଳ ଆଦି ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ସୋମବାର ଫୁଲବାଣୀ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ନିଜେ ଉପସ୍ଥିତ ରହି ଦଣ୍ଡ ପାଣି ସାହୁ ମିଲ୍‌ ନିକଟସ୍ଥ ବନ୍ଧର ସଫେଇ କାର୍ଯ୍ୟ ତଦାରଖ କରୁଥିବା ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେଲା ଉକ୍ତ ପୋଖରୀ ସଫେଇ ନହୋଇ ପଡିରହିଥିଲା । ଏପରିକି ବଜାରକୁ ଯେଉଁ ମାନେ ହାଟ ସୌଦା କରିବାକୁ ଆସୁଥିଲେ ସେମାନେ ଉକ୍ତ ବନ୍ଧକୁ ପରିସ୍ରାଗାର ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଥିଲା । ତା ସହିତ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ସାଙ୍ଗକୁ ଦଳ ଭର୍ତ୍ତି ହୋଇ ଅପରିଷ୍କାର ହୋଇ ପଡିଥିଲା । ଲୋକେ ସେହି ବାଟ ଦେଇ ଯିବା ସମୟରେ ନାକରେ ହାତ ଦେଇ ଯାଉଥିଲେ । ବର୍ତ୍ତମାନ ପୌରାଧ୍ୟକ୍ଷା ସ୍ମିତାଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଏହି ପୋଖରୀର ସଫେଇ ଓ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛା ଏହା ଯେପରି ଆଗ ଭଳି ବ୍ୟବହାର ଯୋଗ୍ୟ ହୋଇପାରିବ ଓ ଖରା ଦିନେ ଜଳକଷ୍ଟ ଦୂର ହୋଇପାରିବ ସେଥିପ୍ରତି ପୌରପରିଷଦ ବିଶେଷ ଦୃଷ୍ଟି ଦେଉଥିବା ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି କହିଛନ୍ତି ।
ଏଥିରେ ସହରବାସିଙ୍କ ସହଯୋଗ କାମନା କରିଛନ୍ତି ସ୍ମିତା । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସେ ଫୁଲବାଣୀ ସହରକୁ ଏପରି ଭାବେ ଆକର୍ଷଣୀୟ କରିବାକୁ ଚାହାଁନ୍ତି, ଯାହାକି ଫୁଲବାଣୀ ସହରବାସୀ ସର୍ବଦା ମନେ ରଖିବେ ବୋଲି ସେ ଆଶା କରିଛନ୍ତି । ଏଥିପାଇଁ ସହରବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ସ୍ମିତା ଆହୁରି କହିଛନ୍ତି । ଏହି କ୍ଷେତ୍ରରେ ନଗର ବିଜେପି ସଭାପତି ସୁଶାନ୍ତ ମହାନ୍ତି ମଧ୍ୟ ସହରକୁ କ୍ଲିନ ଓ ଗ୍ରୀନ ସିଟିରେ ପରିଣତ କରିବାଲାଗି ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି । ସହରବାସୀ ଯାହା ଆଶା ରଖିଛନ୍ତି ସେ ସବୁକୁ ପୂରଣ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରାଯିବ ବୋଲି ସ୍ମିତା ମହାନ୍ତି କହିଛନ୍ତି ।

Comments (0)
Add Comment