ହେତୁବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ : ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ରେ ଚିକେନ ବିରୀୟନୀ ଖାଇବା ସହ ସାମୁହିକ ଭୋଜନ ଆୟୋଜନ କରିଥିବା ହେତୁ ବାଦି ସଙ୍ଗଠନ ବିରୋଧରେ ବ୍ୟାପକ ବିରୋଧ ଆରମ୍ଭ ହୋଇଛି । ହେତୁ ବାଦି ସଙ୍ଗଠନର କର୍ମକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମହା ପ୍ରସାଦ ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେବାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଗନ୍ନାଥ ସେନା ପକ୍ଷରୁ ହେତୁ ବାଦି ସଙ୍ଗଠନ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀରେ ପୁରୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରଯାଇଛି । ଏହାକୁ ନେଇ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌ ବସିବାକୁ ନେଇ ଜଗନ୍ନାଥ ସେନା ଆପତ୍ତି ଉଠାଇଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ହେତୁବାଦିଙ୍କ ବିରୋଧରେ ଏତଲା ଦେଇ କାର୍ଯ୍ୟନୁଷ୍ଠାନ ନେବା ନେଇ ସରକାରଙ୍କୁ ଅବଗତ କରିବାକୁ ଜଗନ୍ନାଥ ସେନା ଦାବୀ କରିଛ଼ି ।

ସେହିପରି ସରକାର ତୁରନ୍ତ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅପମାନ ଦେଉଥିବା ବ୍ୟକ୍ତି ବିଶେଷ, ଅନୁଷ୍ଠାନ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଆଇନ ଆଣିବାକୁ ଜଗନ୍ନାଥ୍‌ ସେନା ଦାବୀ କରିଛ଼ି । ତେବେ ବିଜ୍ଞାନର ଦ୍ୱାହି ଦେଇ ହେତୁବାଦି ମାନେ ଯେଭଳି ହିନ୍ଦୁ ଧର୍ମ ରୀତିନୀତିକୁ ତାତ୍ସଲ୍ୟ କରୁଛନ୍ତି ଅନ୍ୟ ଧର୍ମ କୁ ମଧ୍ୟ ସେଭଳି ହେତୁ ବାଦି ମାନଙ୍କର ଯଦି ଦମ୍‌ ଅଛି କରି ଦେଖାନ୍ତୁ ବୋଲି ଜଗନ୍ନାଥ ସେନା ଚ୍ୟାଲେଞ୍ଜ କରିଛ଼ି । ବିଦେଶ ରୁ ମିସନାରୀ ସଙ୍ଗଠନ ଠାରୁ ଆର୍ଥିକ ସାହାଯ୍ୟ ପାଇ ହିନ୍ଦୁ ଧର୍ମ ବିରୋଧରେ ଯେଭଳି ହେତୁବାଦି ମାନେ କାର୍ଯ୍ୟ କରି ଚାଲିଛନ୍ତି ଏହା ପଛରେ ଥିବା କାରଣକୁ ବାହାର କରିବା ପାଇଁ ସରକାର ତଦନ୍ତ କରନ୍ତୁ ବୋଲି ଜଗନ୍ନାଥ ସେନା ଦାବି କରିଛ଼ି । ମହାପ୍ରଭୁଙ୍କ ପ୍ରତି ଆଗାମୀ ଦିନରେ ଅପମାନ କରାଗଲେ ଦୃଢ଼ ବିରୋଧ ହେବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛ଼ି ।

Comments (0)
Add Comment