ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଆଜି ପଞ୍ଚାୟତ ସ୍ତରୀୟ ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ରାମ ସଭାରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରୋମଦ ପ୍ରଧାନ, ଜିଆରଏସ ତ୍ରିଲୋଚନ ପରିଛା, ବିଏଫ୍ଟି ଅନନ୍ତ ବଳିଆର ସିଂ,ନାଏବ ସରପଞ୍ଚ ହର୍ଷବର୍ଦ୍ଧନ ବସ୍ତିରାୟ,ରାଜସ୍ୱ ନିରିକ୍ଷକ ରଞ୍ଜିତ କୁମାର କହଁର ଓ ୧୨ ଗୋଟି ୱାର୍ଡ଼ର ସଭ୍ୟସଭ୍ୟା ସମେତ ଗାଁ ସାଥି ,ମେଟ ଓ ପଞ୍ଚାୟତ ର ଶତାଧିକ ମହିଳା ପୁରୁଷ ଯୋଗଦାନ କରିଥିଲେ । କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଧାନ ଗ୍ରାମ ସଭାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କ’ଣ ସବୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ ସେ ବିଷୟରେ ସୂଚନା ଦେଇଥିଲେ । ଜି ଆର ଏସ ଶ୍ରୀ ନାୟକ ପଞ୍ଚାୟତରେ ଚାଲୁ ରହିଥିବା କାର୍ଯ୍ୟ ଗୁଡ଼ିକର ବିବରଣୀ ପଠନ କରିଥିଲେ । ଗାଁ ସାଥି ଲାଉରିଆନ ଉଠାଣ ସିଂ ମନରେଗା କାର୍ଯ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ।
ପ୍ରତ୍ୟେକ ୱାର୍ଡ଼ରୁ ପଲ୍ଲୀ ସଭା ମାଧ୍ୟମରେ ଆଗତ କାର୍ଯ୍ୟ ଖସଡ଼ାକୁ ପଠନ କରାଯାଇ ଗ୍ରାମସଭା ଜରିଆରେ ତାହାକୁ ଗୃହୀତ କରି ସର୍ବ ସମ୍ମତି କ୍ରମେ ପାରିତ କରାଯାଇଥିଲା । ସାମୁହିକ ଭବେ ୧୦୦ ଗୋଟି ଓ ବ୍ୟକ୍ତିଗତ ଭାବେ ପ୍ରାୟ ୩୦୦ ପ୍ରକଳ୍ପ ସ୍ଥାନିତ ହୋଇଥିବା ସୂଚନା ପ୍ରଦାନ କରାଯାଇଥିବା ବେଳେ ବ୍ରାହ୍ମଣୀଗାଁରେ ନୂତନ ବ୍ଲକ୍ ଗଠନ, ସାମୁହିକ ଶୌଚାଳୟ ନିର୍ମାଣ, ପାନୀୟ ଜଳ ଯୋଗାଣ, ନେଟୱର୍କ, ବସଷ୍ଟାଣ୍ଡ ନିର୍ମାଣ, ଗେଷ୍ଟ୍ ହାଉସ୍ ନିର୍ମାଣ, ଷ୍ଟ୍ରିଟ ଲାଇଟ୍ ସଂଯୋଗ, ଗରୀବ ହିତାଧିକରୀଙ୍କୁ ଚିହ୍ନଟ କରି ଆବାସ ଯୋଜନାରେ ସାମିଲ କରିବା ଆଦି ଗୁରୁତ୍ୱ ପୂର୍ଣ୍ଣ ବିଷୟ ଗୁଡ଼ିକୁ ପ୍ରାଧାନ୍ୟତା ଦେବାକୁ ଜନସାଧରଣ ଦାବୀ କରିଥିଲେ । ଏତଦ୍ ବ୍ୟତୀତ ପଞ୍ଚାୟତ କୁ ସୂଚାରୁ ରୁପେ ପରିଚାଳନା କରିବା ପାଇଁ ପଞ୍ଚାୟତର ଆୟବ୍ୟୟର ହିସାବ ପ୍ରଦାନ କରିବା, ମାସିକ ବୈଠକରେ ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ ଆସୁଥିବା ସମସ୍ତ ସୂଚନାକୁ ଲୋକଙ୍କ ପାଖରେ ସଠିକ୍ ଭବେ ପହଞ୍ଚାଇବା ଏବଂ ଜନସାଧରଣଙ୍କୁ ବୈଠକରେ ସାମିଲ କରିବା ପଞ୍ଚାୟତର ବଜାର ଗୃହରେ ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଜନସାଧାରଣ ଅଭିଯୋଗ ଆଣିଥଲେ । ସମସ୍ତ ବିଷୟର ଆଲୋଚନା, ପର୍ଯ୍ୟାଲୋଚନା କରିବା ପରେ ସମସ୍ତ ପ୍ରସ୍ତାବକୁ ସ୍ଥାନିତ କରି କାର୍ଯ୍ୟକାରୀ କରିବାକୁ ଜନସାଧରଣ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ଶେଷରେ ଗାଁସାଥି ଲାଉରିଆନ ଉଠାଣସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।