ମାଟି ଅତଡା ଖସି ନଦୀ ବନ୍ଧ ଦବିଲା

ପୁରୀ : ପୁରୀ ନିମାପଡାରେ ଭାର୍ଗବୀ ନଦୀ ବନ୍ଧରୁ ମାଟି ଅତଡା ଖସି ବନ୍ଧ ଦବି ଯାଇଛି । ନିମାପଡାର ଦକ୍ଷିଣ ରାଢ଼ସ ନିକଟରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ଲୋକଙ୍କ ମଧ୍ୟରେ । ସ୍ଥାନୀୟ ଲୋକମାନେ ବାଲିବସ୍ତା, ପଲିଥିନ ଦେଇ ବନ୍ଧକୁ ମରାମତି କରିଛନ୍ତି । ହେଲେ ନଦୀରେ ଜଳ ସ୍ତର ଅଧିକ ଥିବାରୁ ଏଠାରେ ଘାଇ ହେବାର ଆଶଂକା ରହିଛି । ଏଠାରେ ଘାଇ ହେଲେ ନିମାପଡାର ୫ରୁ ଅଧିକ ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଆଶଂକା ରହିଛି । ତେବେ ବିଭାଗୀୟ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି ।

Comments (0)
Add Comment