ପୁରୁଷୋତ୍ତମପୁର ବ୍ଲକର ୩୩୬ ଏନପିଏସ ଶିକ୍ଷକ ୩ଦଫା ଦାବିନେଇ ସାମୂହିକ ଛୁଟିରେ ଯିବେ

ଗଞ୍ଜାମ: ପୁରୁଷୋତ୍ତମପୁର ବ୍ଲକର ନୂତନ ପେନସନଭୁକ୍ତ ୩୩୬ ଜଣ ଶିକ୍ଷକ ୩ଦଫା ଦାବିନେଇ ଏଇମାସ ୨୭ ତାରିଖରୁ ସାମୂହିକ ଛୁଟିରେ ଯାଇ ଭୁବନେଶ୍ୱରରେ ରାଜ୍ୟ ମିଳିତ ଶିକ୍ଷକ ସଙ୍ଘଙ୍କ ସହିତ ସାମିଲ ହୋଇ ଧାରଣାରେ ବସିବେ ବୋଲି ବ୍ଲକ ସଭାପତି ଇସ୍ୱା ରମେଶ ସୂଚନା ଦେଇଛନ୍ତି । ଏମାନେ ୨୭ ତାରିଖରୁ ଡିସେମ୍ବର ୩ତାରିଖ ଯାଏଁ ଛୁଟିରେ ରହିବେ ବୋଲି ବ୍ଲକ ବିଇଓ କିଶୋର ଚନ୍ଦ୍ର ବେହେରାଙ୍କୁ ଜଣେଇ ଥିବାର କହିଛନ୍ତି । ଏହାଦ୍ୱାରା ବ୍ଲକର ପ୍ରାୟ ସ୍କୁଲରେ ତାଲା ପଡିବ ବୋଲି ଜଣା ପଡିଛି । ଶିକ୍ଷକଶିକ୍ଷୟତ୍ରୀମାନେ ଛୁଟିରେ ରହିଲେ ପିଲାମାନଙ୍କ ପାଠପଢ଼ାରେ ନିଶ୍ଚିତ ଭାବେ ବ୍ୟାଘାତ ହେବ ବୋଲି ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି । ତେବେ ଶିକ୍ଷକମାନେ ନିଜ ଦାବି ପାଇଁ ଛୁଟିରେ ରହୁଛନ୍ତି ବୋଲି ସଭାପତିଙ୍କ ସହ ଏ ରାଜେଶ୍ୱର ଦୋରା, ସଞ୍ଜୟ ମହାପାତ୍ର, ପ୍ରତାପ ଚନ୍ଦ୍ର ପଣ୍ଡା, ସରୋଜ ଦାଶଙ୍କ ସହ ସବୁ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ସୂଚନା ଦେଇଛନ୍ତି ।

Comments (0)
Add Comment