ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଧଳପୁର ପଂଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନାମତେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଗ୍ୟାସ ଟାଙ୍କି ପାଇପ କୌଣସି କାରଣରୁ ଲିକେଜ ହୋଇଥିଲା ଏଭଳି ଦୁର୍ଘଟଣା ଘଟିଥିଲା । ଧଳପୁର ଗ୍ରାମର ରବି ନାୟକ (୪୫)ନିଜ ଘରେ ଏକ ରାସନ ଦୋକାନ ଦେଇଥିବା ବେଳେ ଆଜି ଦିନ ପ୍ରାୟ ୧୧ଘଣ୍ଟା ସମୟରେ ଖାଇବା ପାଇଁ ରୋଷେଇ କରିବାକୁ ଯାଇ ଗ୍ୟାସ ଲଗାଇଥିଲେ । ଫଳରେ କୌଣସି କାରଣରୁ ଗ୍ୟାସ ଟାଙ୍କିରୁ ଆସିଥିବା ପାଇପ ଲିକ ଥିବାରୁ ନିଆଁ ଲାଗୁଥିବା ସନ୍ଦେହ କରାଯାଉଛି । ଏହି ନିଆଁରେ ରୋଷେଇ ଘର ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ଓ ଆସବାବପତ୍ର ପୋଡି ପାଉଁଶ ହେଇଥିବା ଜଣାପଡିଛି । ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ ଥିବା ଜଣାପଡିଛି ।