ସାଧାରଣ ଶିଶୁଠାରୁ ଭିନ୍ନ ଏକ ଶିଶୁ କନ୍ୟା ଜନ୍ମ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ କରୁଆଁଝର ପଞ୍ଚାୟତ ମସିଣା ଗ୍ରାମର ଅକାଲୁ ପରୁଆ ଓ ଚିନି ପରୁଆଙ୍କ ପୁତ୍ର ସନ୍ତୋଷ ପରୁଆଙ୍କ ସ୍ତ୍ରୀ ଅନୁରି ପରୁଆଙ୍କ ପ୍ରଥମ କନ୍ୟା ସନ୍ତାନ ଜନ୍ମ ନେଇଛି ଯାହାର ମଳ ଦ୍ୱାର ନାହିଁ କିମ୍ବା ସାଧାରଣ ଭାବେ ମୁତ୍ରାଶୟ ମଧ୍ୟ ନାହିଁ । ସୂଚନାରୁ ଜଣାପଡିଛି ଯେ, ଗତ ୨୫ ତାରିଖ ଦିନ ତାଙ୍କର ପ୍ରଥମ ସନ୍ତାନ ସୁନାମୁଦିରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଅଢେଇ କିଲୋ ଓଜନ ଥିବା ଶିଶୁ କନ୍ୟା ଜନ୍ମ ନେଇଥିଲା । ସାଧାରଣ ଶିଶୁ ଠାରୁ ମଳଦ୍ୱାର, ମୁତ୍ରମାର୍ଗ ଭିନ୍ନ ଥିବା ଦେଖି ଏଏନ୍‌ଏମ୍‌ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ପରିବାର ଲୋକେ ପ୍ରଥମେ ଖପ୍ରାଖୋଲ ଚିକିତ୍ସାଳୟରେ ଦେଖାଇ ଥିଲେ ତାଙ୍କ ପରାମର୍ଶ ଅନୁସାରେ ବଲାଙ୍ଗିର ଚିକିତ୍ସାଳୟରେ ଦେଖାଇ ଥିଲେ, ସେଠାରେ ତାଙ୍କୁ ବୁର୍ଲା ଡ଼ାକ୍ତରଖାନା ନେବା ପାଇଁ କହିଥିଲେ । ଅର୍ଥ ଅଭାବ ହେତୁ ସମ୍ଭବ ନ ହେବାରୁ ଫେରିଆସି ଶିଶୁ କନ୍ୟାକୁ ଘରେ ରଖିଛନ୍ତି । ଜନ୍ମିତ ଶିଶୁ କନ୍ୟା ର ତଳି ପେଟତଳ କୁ ମାଂସ ପିଣ୍ଡୁଳା ଭଳି ବାହାରି ରହିଛି ଏବଂ ତହିଁର ଉପର ଅଂଶରେ ଏକ ଛିଦ୍ର ରହିଛି ମଳତ୍ୟାଗ ଓ ତା ପାଖକୁ ଏକ ଛିଦ୍ର ରହିଛି ମୂତ୍ର ତ୍ୟାଗ ହେଉଛି । ଏପରି ଏକ ଶିଶୁ କନ୍ୟା ଜନ୍ମ ହୋଇଥିବାରୁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଜନ୍ମିତ ଶିଶୁ କନ୍ୟାର ପିତା ସନ୍ତୋଷ ଜଣେ ଦାଦନ ଶ୍ରମିକ ହୋଇଥିବାରୁ ଝିଅ ଜନ୍ମ ସମୟରେ କର୍ଣ୍ଣାଟକ ରାଜ୍ୟରେ ଥିଲେ ଖବର ପାଇ ଆସିଛନ୍ତି । ତାଙ୍କ ଜନ୍ମିତ ଶିଶୁ କନ୍ୟାକୁ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ବଡ଼ ଚିକିତ୍ସାଳୟ ନେବାକୁ ସମ୍ବଳ ନଥିବା ପ୍ରକାଶ କରିବା ସହିତ ସରକାର ତାଙ୍କୁ ଅର୍ଥ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି ।

Comments (0)
Add Comment