ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ

ପୁରୀ : ପୁରୀ ଟାଉନ୍‌ ହଲରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ଯୋଜନାରେ ଜଳସାଥି, ଆହାର କର୍ମୀ, ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସୁପରଭାଇଜରଙ୍କୁ ବଣ୍ଟାଯାଇଛି ସାଇକେଲ । ଟାଉନ୍‌ ହଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ଜୟନ୍ତ ଷଡଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ,ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସ୍ୱାଇଁ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

୬ ଜଣ ଆହାର କର୍ମୀ, ୨୯ ଜଣ ଜଳ ସାଥୀ, ୧୦୦ ଜଣ ସ୍ୱଚ୍ଛ ସାଥୀ ଓ ସୁପରଭାଇଜର ଏବଂ ୮୩ ଜଣ ସ୍ୱଚ୍ଛ କର୍ମୀଙ୍କୁ ମିଶାଇ ମୋଟ ୨୧୮ ଜଣଙ୍କୁ ସାଇକେଲ ବଣ୍ଟନ କରାଯାଇଛି । ଏହି ବ୍ୟବସ୍ଥା ଦ୍ୱାରା ସେମାନଙ୍କ ସମୟ ବଞ୍ଚିବା ସହ ନିଜ କାମକୁ ଠିକ୍‌ ଭାବରେ ସମ୍ପାଦାନ କରିପାରିବା । ସେହିପରି ତାଙ୍କର ଅର୍ଥ ସଞ୍ଚୟ ଓ ଶରୀର ମଧ୍ୟ ଫିଟ୍‌ ରହିବ । ପୁରୀ ଭଳି ସହରକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଏଭଳି ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ବେଶ୍‌ ସହାୟକ ହୋଇପାରିବ ।

Comments (0)
Add Comment