ସ୍ୱୟଂ ସହାୟକ ଗୋଷ୍ଠୀ ନେତ୍ରୀମାନଙ୍କ ଦିନିକିଆ ତାଲିମ ଶିବିର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କିତୁମ୍ବା ଗ୍ରାମ କୋଠାଗୃହ ଠାରେ ଆର.କେ.ଏସ.ଏସ. ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଭୁବନେଶ୍ୱର ସହାୟତାରେ ୬ ଟି ସ୍ୱୟଂ ସହାୟକ ଗୋଷ୍ଠୀର ୪୫ରୁ ଉଦ୍ଧ୍ୱର୍ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର ଆୟୋଜନ କରାଯାଇଥିଲା ।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ଦଳ ଦ୍ୱାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ- ଗଜପତି (ଆର.ସେ.ଟି) ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ମହମବତୀ ତିଆରି, ଧୂପକାଠି ତିଆରି, ଫିନାଇଲ ତିଆରି ଓ ସିଲାଇ ପ୍ରବୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ୱାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା, ଫ୍ରେଡ ମୋବାଇଲକୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା, ଏଟିଏମ୍‌ କାର୍ଡ ବ୍ୟବହାର ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ପ୍ରତୀକ ପଣ୍ଡା ଡି ଡି ଏମ, ନାବାର୍ଡ, ଶ୍ରୀମତୀ ପ୍ରୀତି ଭୁୟାଁ, ୱାର୍ଡ ମେମ୍ବର, ମିସ ଝିଲ୍ଲୀ ଗୌଡ, ଏମବିକେ, ଓଏଲମ, ତରୁଣ କୁମାର ନାଇକ ବିଏଲଟି, ସୀମାନ ଶବର, ଏଫଏଲସି, ତାଲିମଦାତା ନରେଶ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଆର.କେ.ଏସ.ଏସ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ଆଜିର ତାଲିମ ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୁଝାଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ତରୁଣ କୁମାର ନାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି.ଆର.ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ଏବଂ ସର୍ବ ଶେଷରେ ୪ ଘଣ୍ଟା ସମୟରେ ଗ୍ରାମର କ୍ଷେତ୍ର ପରିଦର୍ଶନ କରିଥିଲେ ।

Comments (0)
Add Comment