ଦ୍ୱିତୀୟ ବିବାହ କରି ନାମ ନେଲେ ସ୍ୱାମୀ

ଦଶପଲ୍ଲା : ପ୍ରାୟ ୧୦ ବର୍ଷ ତଳେ ଉଭୟ ଉଭୟଙ୍କୁ ଭଲ ପାଇ ବିବାହ କରିଥିଲେ । ଏବେ ଦ୍ୱିତୀୟ ବିବାହ କରିଛନ୍ତି ସ୍ୱାମୀ । ଦିତୀୟ ବିବାହର ପ୍ରତିବାଦ କରିବାରୁ ସ୍ୱାମୀଙ୍କ ନିର୍ଯାତନାର ଶିକାର ହୋଇଛନ୍ତି ପ୍ରଥମ ପତ୍ନୀ । ଏ ନେଇ ମହିଳା ଜଣକ ବାଣୀଗୋଛା ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ ସ୍ୱାମୀଙ୍କ ନାମରେ ମାମଲା ଦାୟାର୍‌ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି, ବାଣୀଗୋଛା ଥାନା ଅଧୀନସ୍ଥ ନୂଆଗାଁ ଗ୍ରାମରେ । ପ୍ରାପ୍ତ ସୂଚନା ଅନୁଯାୟୀ, ନୂଆଗାଁ ଗ୍ରାମର ଅଶୋକ କୁମାର ନାୟକ ୧୦ ବର୍ଷ ତଳେ ଭଞ୍ଜନଗର ଡିଗି ଗ୍ରାମର ଯାଜ୍ଞସେନୀ ନାୟକଙ୍କୁ ଭଲ ପାଇ ବିବାହ କରିଥିଲେ । ୧୦ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏଁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ହେବାରୁ ଏହା ମଧ୍ୟରେ ଅଶୋକ ଆଉ ଜଣକୁ ବିବାହ କରିଛନ୍ତି । ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ଏବେ ଅଶୋକଙ୍କ ନାମରେ ୪୩/୨୦୨୩ କେଶ୍‌ ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ବାଣୀଗୋଚ୍ଛା ଥାନା ଅଧିକାରୀ ସଞ୍ଜୟ କୁମାର ମଲିକ କହିଛନ୍ତି ।

Comments (0)
Add Comment