ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ଆସିଲା ୨୦୦ ବର୍ଷର ପୁରାତନ ମନ୍ଦିର କବାଟ

ନୂଆଗାଁ : ନୟାଗଡ ସହରରବାସିନ୍ଦା ଓ ବର୍ତ୍ତମାନ ଦିଲ୍ଲୀରେ ଅବସ୍ଥାନ କରୁଥିବା ଜାତୀୟ ସ୍ତରରେ ସୁପ୍ରସିଦ୍ଧ ଚିତ୍ର ଶିଳ୍ପୀ ସଂଜୀବ କୁମାର ନାୟକ ନିଜର ପ୍ରିୟ ଜେଜେମା ସାବିତ୍ରୀ ନାୟକଙ୍କର ଅମ୍ଳାନ ସ୍ମୃତିକୁ ଦଶିଆ ଅଜାଙ୍କ ବିଶ୍ୱପ୍ରସିଦ୍ଧ ସଂଗ୍ରହାଳୟରେ ଉଜ୍ଜୀବିତ କରି ରଖିବା ପାଇଁ ୨୦୦ବର୍ଷର ବିରଳ କାରୁକାର୍ଯ୍ୟରେ ନିର୍ମିତ ତଥା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦଶ ଅବତାର ମୃର୍ତ୍ତିମାନ ଖୋଦେଇ ହୋଇଛି । ଯାହାକି ବହୁ ପୁରାତନ ମନ୍ଦିର କବାଟ । ଏହି କବାଟକୁ ନିଜେ ଶିଳ୍ପୀ ସଂଜୀବ ନିଜର ପରିବାର ସଦସ୍ୟ ରବୀନ୍ଦ୍ର କୁମାର ନାୟକଙ୍କ ସହିତ ଦାସିଆ ଅଜାଙ୍କ ସଂଗ୍ରହାଳୟକୁ ଆସି ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନର ସମ୍ପାଦକ ଦୀପକ ପଟ୍ଟନାୟକଙ୍କୁ ଉପସ୍ଥିତିରେ ସଂଗ୍ରହାଳୟକୁ ପ୍ରଦାନ କରିଛନ୍ତି । ଏହି ପୁରାତନ ଖୋଦେଇ କାରୁ କାର୍ଯ୍ୟରେ ନିର୍ମିତ ବିରଳ କବାଟ ଦର୍ଶକ, ପର୍ଯ୍ୟଟକ ଓ ସମସ୍ତ ଶ୍ରୀ ଜଗନ୍ନାଥ ସଂସ୍କୃତିପ୍ରେମୀମାନଙ୍କୁ ଖୁବ ଆକୃଷ୍ଟ କରିବ । ବର୍ତ୍ତମାନ ଦୀପକ ପଟ୍ଟନାୟକଙ୍କ ଚେଷ୍ଟା ପ୍ରଚେଷ୍ଟା ଯୋଗୁଁ ସଂଗ୍ରହାଳୟ ମଧ୍ୟକୁ ଦେଶବିଦେଶର ପୁରାତନ ସାମଗ୍ରୀ ଆସୁଛି । ଯାହାକି ଦାସିଆ ଅଜାଙ୍କ ପାଠାଗାର ସଂଗ୍ରହାଳୟ ଦିନକୁ ଦିନ ସମୃଦ୍ଧି ହେଉଛି । ସଂଗ୍ରହାଳୟ ପରିସରରେ ଦର୍ଶକ ,ପର୍ଯ୍ୟଟକ ଓ ଗବେଷକ ମାନଙ୍କର ଭିଡ ପରିଲକ୍ଷିତ ହେଉଅଛି ।

Comments (0)
Add Comment