କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବିନିମୟ ଘଟଣା,
ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ-ବୌଦ୍ଧ ଜିଲ୍ଲା ଗୋଛାପଡ଼ା ଓ କଣ୍ଟାମାଳ ଥାନା ସୀମାନ୍ତ ଅଞ୍ଚଳର ମାଟାକୂପକ୍ଷ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ ସାମଗ୍ରୀ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆଇଜି ଅମିତାଭ ଠାକୁର । ମିଳିଥିବା ସୂଚନା ପ୍ରକାରେ କନ୍ଧମାଳ ବୌଦ୍ଧ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୨୦ରୁ ଉର୍ଦ୍ଧ୍ୱ ମାଓବାଦୀ ରହିଥିବା ସୂଚନା ପାଇଥିଲେ ସୁରକ୍ଷା କର୍ମୀ । ସୁରକ୍ଷାକର୍ମୀ କ୍ୟାମ୍ପରେ ଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ କିନ୍ତୁ ମାଓବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳାଇଥିଲେ । ଏହାପରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପରେ ମାଓବାଦୀ ମାନେ ଆତ୍ମରକ୍ଷା ପାଇଁ ଛତ୍ରଭଙ୍ଗ ଦେଇଥିବା ବେଳେ ଏନକାଉଣ୍ଟରରେ ଦୁଇଜଣ ମହିଳା କ୍ୟାଡ଼ର ମାଓବାଦୀ ମୃତ୍ୟୁବରଣ କରିଛନ୍ତି । କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ରେ ରହିଛି ଗୋଟିଏ ଇନସାସ ରାଇଫଲ, ତିନୋଟି ଦେଶୀ ବନ୍ଧୁକ ସମେତ ମାଓ ପୁସ୍ତକ, ତାର, ସୋଲାର ପ୍ଲେଟ୍‌, ଇନସାସ ବନ୍ଧୁକ, ୩ ନଟ ୩, ଦୁଇଟି ବନ୍ଧୁକ, ଗୁଳି, ନଗଦ ୫ ହାଜର ୮ ଶହ ଟଙ୍କା, ବିଦ୍ୟୁତ୍‌ ତାର, ମେଡିସିନ୍‌, ପେନିସିଲ ବ୍ୟାଟେରୀ,ମାଓ ପୋଷାକ ୪ ହଳ, ମୋବାଇଲ, ରେଡିଓ, ମୋବାଇଲ୍‌ ଚାର୍ଜର, ସକ୍ସ, ଚାଦର, ପଲିଥିନ୍‌ ଶିଟ, ଆମୂଲ ସ୍ପ୍ରେ, ଟ୍ରୁଥ ବ୍ରସ, ଛତା ଭଳି ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ପୋଲିସ କହିଛି । ଉକ୍ତ ଅଂଚଳରେ କେକେବିଏନ ମାଓ ସଂଗଠନ କାମ କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ନିହତ ମହିଳା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । ସେ ଛତିଶଗଡ଼ ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିବା କହିଛନ୍ତି ଆଇଜି । ଏହି ସାମ୍ବାଦିକ ସମ୍ମିଳନୀରେ ପୋଲିସ ଉପ ନିର୍ଦ୍ଦେଶକ ସଂଜୀବ ପଣ୍ଡା, ଆଇଜି ଓପେରସନ୍‌ ଅମିତାଭ ଠାକୁର, ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ ପଣ୍ଡା, ଇଣ୍ଟିଲିଜେନ୍ସ ଡାଇରେକ୍ଟର ଭିତଲ କୁମାର, ଆଡିସନାଲ ଡିଜି ସିଆରପିଏଫ, ଡିଆଇଜି ଅନିରୁଦ୍ଧ ସିଂ, ଏସ କେ ମହାନ୍ତି, ଆଇଜି ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି, କନ୍ଧମାଳ ଏସପି ବିନୀତ୍‌ ଅଗରୱାଲ ଉପସ୍ଥିତ ରହିଥିଲେ ।

Comments (0)
Add Comment