ଫାଟିଗଲାଣି କଂକ୍ରିଟ ରାସ୍ତା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ଅନ୍ତର୍ଗତ ଓଡ଼ିଆପାଲି ପଞ୍ଚାୟତ ଓଡିଆପାଲି ଠାରୁ ଭାଲୁଡ଼ୁଙ୍ଗୁରୀ କଂକ୍ରିଟ ରାସ୍ତା ଫାଟି ଗଲାଣି । ପ୍ରକାଶ ଯେ ଓଡ଼ିଆପାଲି ଠାରୁ ଭାଲୁଡ଼ୁଙ୍ଗୁରି କଂକ୍ରିଟ ରାସ୍ତା ପାଇଁ ସି.ଏ.ଫସି ଓ ଏ.ସେ.ସି.ଫି ରୁ ୪ ଲକ୍ଷ ୬୦ ହଜାର ଟଙ୍କାରେ ୨୦୨୧ ରୁ ୨୦୨୨ ମସିହାରେ କାମ ହୋଇଅଛି । ଏହି କଂକ୍ରିଟ ରାସ୍ତା ପାଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ୨୦୨୦/୨୧ ମସିହାରେ ଟଙ୍କା ମଞ୍ଜୁର ହୋଇଥିଲା । କଂକ୍ରିଟ ରାସ୍ତା ୨୦୨୧/୦୨୨ ରେ କାମ ହୋଇଥିଲା । ଅଳ୍ପ ଦିନ ପରେ କଂକ୍ରିଟ ରାସ୍ତା ଫାଟି ଗଲାଣି ।

ଏହି ରାସ୍ତାର ପ୍ରଜେକ୍ଟ ବୋର୍ଡରେ ଓଡ଼ିଆପାଲି ଠାରୁ ଭାଲୁଡ଼ୁଙ୍ଗୁରି କଂକ୍ରିଟ ରାସ୍ତା ହୋଇଥିବା ଉଲ୍ଲେଖ ରହିଛି । କିନ୍ତୁ କଂକ୍ରିଟ ରାସ୍ତା ଭାଲୁଡ଼ୁଙ୍ଗୁରି ଠାରୁ ଦର୍ଲିପାଲି ମଧ୍ୟରେ ହୋଇଛି । ସୂଚନା ଅନୁଯାୟୀ, କାମ ଗୋଟିରେ ଜାଗାରେ ହୋଇଥିଲେ ମଧ୍ୟ ପ୍ରଜେକ୍ଟ ବୋର୍ଡରେ ଅନ୍ୟ ଜାଗର ରହିଛି । ଏଥିରୁ ଜଣାପଡୁଛି ରାସ୍ତା କାମରେ ଦୁର୍ନୀତି ହୋଇଛି । ଏଥିପାଇଁ ସଂପୃକ୍ତ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି । ସେହିପରି ଯନ୍ତ୍ରୀ ଦ୍ୱାରା ଆଉ ଏକ ରାସ୍ତା କାମ ହୋଇଥିଲା । ସେଥିରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ, କିନ୍ତୁ ତାହା ମଧ୍ୟ ଫାଟି ଯାଇଥିବାର ଖବର ପୂର୍ବରୁ ହୀରାଞ୍ଚଳରେ ପ୍ରକାଶ ପାଇଥିଲା । ଅଭିଯୋଗ ହେଉଛି ଯେ, ଓଡିଆପାଲି ଗ୍ରାମ ପଞ୍ଚାୟତରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଯେତିକି ରାସ୍ତା କାମ କରିଛନ୍ତି, ସେଗୁଡିକର ମଧ୍ୟ ଏହିପରି ସମାନ ଅବସ୍ଥା ବୋଲି ଗ୍ରାମାବସୀ ଅଭିଯୋଗ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ନେବାକୁ ଦାବି ହେଉଛି ।

Comments (0)
Add Comment