ପୁଣି ମାତିଲେ ମାଓବାଦୀ, ଇନଫର୍ମର ସନ୍ଦେହରେ କଲେ ହତ୍ୟା

ବାଲିଗୁଡା/ଫୁଲବାଣୀ:ପୋଲିସକୁ ଖୋଲା ଚ୍ୟାଲେଞ୍ଜ କଲା ଲାଲ୍ ବାହିନୀ। ଗୋଟିଏ ଦିନରେ ଘଟାଇଲେ ଦୁଇ ଦୁଇଟି କାଣ୍ଡ। ଗତକାଲି ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗ୍ରାମରେ ପୋଲିସ୍ ଇନଫର୍ମର ଦର୍ଶାଇ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିବା ପରେ ଜାର୍ଗୀ ଗ୍ରାମରେ ଭିଆଇଛନ୍ତି ଲଙ୍କାକାଣ୍ଡ । ଠିକା କ୍ୟାମ୍ପରେ ପଶି PMGSY କାମରେ ନିୟୋଜିତ ହୋଇଥିବା ଗୋଟିଏ ଜେସିବି, ଦୁଇଟି ଟ୍ରାକ୍ଟର ଓ ଦୁଇଟି ମିକ୍ସ୍ଚର ମେସିନ୍ ପୋଡ଼ି ଦେଇଥିବା ଜଣାପଡ଼ିଛି। ଗତ ୧୧ ତାରିଖରେ କନ୍ଧମାଳ -କଳାହାଣ୍ଡି ସିମାନ୍ତ କୁନାସଲୁ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ଜଣେ ମହିଳା କ୍ୟାଡ଼ର ମାଓବାଦୀ ମୃତ୍ୟୁବରଣ କରିଥିଲା। ଏହି ପ୍ରତିବାଦରେ ପ୍ରତିଶୋଧ ପରାୟଣ ହୋଇ ଲାଲ୍ ବାହିନୀ ଏବେ ରକ୍ତମୁଖା ପାଲଟିଲା । ଗୋଟିଏ ଦିନରେ ଦୁଇ ଦୁଇଟି କାଣ୍ଡ ଭିଆଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ସୃଷ୍ଟି କରିଛି ମାଓ ସଂଗଠନ । ଘଟଣାପରେ ସାରା ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Comments (0)
Add Comment