ଆସନ୍ତାକାଲି ପ୍ରଥମାଷ୍ଟମୀ, ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପୁରୀ : ଆସନ୍ତାକାଲି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁ ଘର କଟକ ନିଆଳି ଶ୍ରୀମାଧବନନ୍ଦଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଏହି ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଥିବା ବେଳେ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି । ନିଆଳିରୁ ପ୍ରଭୁ ମାଧବାନନ୍ଦ ଜୀଉଙ୍କ ସେବାୟତ ଓ ସ୍ଥାନୀୟ ଲୋକମାନେ ଆଜି ଅପରାହ୍ନରେ ଗଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ପତାକା, ପାରମ୍ପରିକ ବାଦ୍ୟ, ନୃତ୍ୟରେ ପାଇକ ଆଖଡା, ରାମତାଳି, ଲଉଡି, ସଂକୀର୍ତ୍ତନ ମଣ୍ଡଳୀଙ୍କ ସଂକୀର୍ତ୍ତନରେ ଆସିଥିଲେ ।

ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଏହି ପୋଢୁଆଁ ଭାର ଆଣି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦିଆଯାଇଥିଲା । ପୁରାଣରେ ମହାପ୍ରଭୁଙ୍କ ମାମୁଁ ଘର ନିଆଳିର ମାଧବାନନ୍ଦ ଜୀଉ ବୋଲି ଉଲ୍ଲେଖ ରହିଛି ବୋଲି ମାଧବା ନନ୍ଦ ଜୀଉ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ତେବେ ବହୁ ପୂର୍ବରୁ ଏହି ପୋଢ଼ୁଆଁ ଭାର ଆସୁଥିଲା । କିନ୍ତୁ କେତେକ ସମସ୍ୟା ଯୋଗୁଁ ଏହା ଆସି ପାରିନଥିଲା । ଗତ ୨୦୧୯ ମସିହାରେ ସ୍ଥାନୀୟ ଲୋକ ମାନେ ଏକାଠି ହୋଇ ପୁଣି ଥରେ ଏହି ପରମ୍ପରା ଆରମ୍ଭ କରିଛନ୍ତି ।

Comments (0)
Add Comment