ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବୃନ୍ଦାବତି ନିବାସ ଉଦ୍‌ଘାଟିତ, ହବିଷ୍ୟାଳୀଙ୍କୁ ଶାଲ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ

ପୁରୀ : ରାଜ୍ୟ ସରକାରଙ୍କ ହବିଷ୍ୟାଳୀ ଯୋଜନା ଅନ୍ତର୍ଭୁକ୍ତ ପ୍ରମୁଖ ଆକର୍ଷଣ ପାଲଟିଥିବା ବୃନ୍ଦାବତି ନିବାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନି୍ସଂ ମାଧ୍ୟମରେ ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି । ଜି +୭ ବିଶିଷ୍ଟ ବୃନ୍ଦାବତି ନିବାସରେ ୧୨୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ମହାଧାର୍ମିକ କାର୍ତ୍ତିକ ମାସର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳୀ କେନ୍ଦ୍ରକୁ ଉଦଘାଟନ କରିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀଙ୍କ ପାଇଁ ହୋଇଥିବା ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ।

ବୃନ୍ଦାବତି ନିବାସ ପରିସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା,ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାୟ ୩୯କୋଟି ଟଙ୍କା ବ୍ୟୟରେ ନିର୍ମିତ ବୃନ୍ଦାବତି ନିବାସରେ ୧୧୮ଟି ରୁମ୍‌ ରହିଛି । ଚାରି ଏକରରୁ ଅଧିକ ପରିମିତ ଅଞ୍ଚଳରେ ଅବସ୍ଥିତ ବୃନ୍ଦାବତି ନିବାସରେ ପୁରୀ, ଖୋର୍ଦ୍ଧା ଓ ନଯାଗଡର ୧୬୦୪ ଜଣ ହବିଷ୍ୟାଳୀ ରହି ଏକମାସ ଧରି କାର୍ତ୍ତିକ ବ୍ରତ ସଂପନ୍ନ କରିବେ । ଆଜି ସଂଧ୍ୟାରେ ଆୟୋଜିତ ଉତ୍ସବରେ ହବିଷ୍ୟାଳୀ ମାନେ ହୁଳହୁଳି ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଆର୍ଶୀବାଦ ଦେଇଥିଲେ । ଏଥି ସହିତ ତିନିଜଣ ହବିଷ୍ୟାଳୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଭାବ ବିନିମୟ କରିଥିଲେ ।


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ହବିଷ୍ୟାକାଙ୍କୁ ଶାଲ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ ଯାକ ସୁରୁଖୁରୁରେ ସେମାନେ ଯେପରି ବ୍ରତ ସମାପନ କରିବେ ସେ ନେଇ ମଧ୍ୟ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

Comments (0)
Add Comment