ପୋଖରୀରେ ବୁଡ଼ି ଯୁବକଙ୍କର ମୃତ୍ୟୁ

ବାଲିଗୁଡ଼ା:ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ ସିଆଙ୍ଗବାଲି ପଞ୍ଚାୟତର ରାକାତେଜୁ ଗ୍ରାମରେ । ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ ପ୍ରଧାନ(୧୮) ଆଜି ସକାଳ ପ୍ରାୟ ୧୦ଟା ସମୟରେ ସାଙ୍ଗମାନଙ୍କ ସହିତ ଗାଁ ନିକଟରେ ଥିବା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ପୋଖରୀରେ ପ୍ରବଳ ପାଣି ଥିବାରୁ କୌଣସି କାରଣରୁ ପାଣିରେ ବୁଡ଼ି ଆଉ ପାଣିରୁ ବାହାରି ପାରିନଥିଲେ ଅନକ । ସାଙ୍ଗମାନେ ଅନକଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ପାରିନଥିଲେ । ଯାହା ଫଳରେ ଅନକ ପାଣିରେ ବୁଡି ଯାଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ଓ ଥାନା ଅଧିକାରୀ ସୂଚନା ପାଇବା ପରେ ଉଭୟ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇଛନ୍ତି ।

Comments (0)
Add Comment