କୋଦଳାରେ କଲେଜର ଉନ୍ନତିକରଣ ପାଇଁ ଭିତ୍ତିିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ସହିତ ମହାବିଦ୍ୟାଳୟର ଭିତ୍ତିଭୂମି ଉନ୍ନତିକରଣ ପାଇଁ ଅଣ୍ଟାଭିଡ଼ିଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ମହାବିଦ୍ୟାଳୟରେ ଲାଗିରହିଥିବା ଶ୍ରେଣୀ ଗୃହ ଓ ବାଉଣ୍ଡ୍ରିୱାଲ ସମସ୍ୟାକୁ ସମାଧାନ କରିବା ଉଦ୍ଦେଶ୍ୟ ନେଇ ବିଧାୟିକା ନିଜ ହାତ ପାଣ୍ଠିରୁ ପଞ୍ଚସଠି ଲକ୍ଷ ଟଙ୍କା ବ୍ୟୟରେ ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟ ହେବାକୁ ଯାଉଥିବା ବେଳେ ବିଧାୟିକା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ କୋଦଳା ଏନଏସିର ଅନେକ କାଉସିଲର, ବୁଦ୍ଧିଜୀବୀ, ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ, ଅଞ୍ଚଳର ଛାମୁଆ ନେତା ଚତ୍ରସେନ ପରିଡା, ପ୍ରମୋଦ ପଣ୍ଡା,ବହୁ ଆଗଧାଡିର ନେତା କର୍ମୀଙ୍କ ସମେତ କଲେଜର ଅଧ୍ୟକ୍ଷ, କର୍ମଚାରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ବିଧାୟିକା ମହାବିଦ୍ୟାଳୟର ଉନ୍ନତିକରଣ ଲାଗି ନେଇ ଥିବା ପଦକ୍ଷେପକୁ ଅଞ୍ଚଳବାସି ଭୂୟସୀ ପ୍ରଶଂସା କରିଛନ୍ତି ।

Comments (0)
Add Comment