ଘୁ ଉଦୟଗିରି:ଘୁ ଉଦୟଗିରି ବ୍ଳକ ପରିସରରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା । ସକାଳ ୧୦ ଘଣ୍ଟିକା ସମୟରେ ନିର୍ବାଚନ ପ୍ରକ୍ରିୟା ନିର୍ବାଚନ ଅଧିକାରୀ ଟିକାବାଲି ବିଡ଼ିଓ ଫକୀର ଚରଣ ପରିଡ଼ାଙ୍କ ନେତୃତ୍ୱରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପିଇଓ ବିଶିକେଶନ ବେହେରା ସହଜୋଗରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରଟିଙ୍ଗିଆ ପଞ୍ଚାୟତର ସମିତି ସଭ୍ୟ ପାର୍ଥି ଏନ୍ ଲକ୍ ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ ତାଙ୍କ ବିପକ୍ଷରେ କୌଣସି ପାର୍ଥି ମଧ୍ୟ ନାମାଙ୍କନ ପାତ୍ର ଦାଖଲ କରି ନ ଥିଲେ । ଯାହାରି ଫଳରେ ସମସ୍ତ ସମିତି ସଭ୍ୟ ଏବଂ ଅଧକ୍ଷା ସୁଷମା ପ୍ରଧାନ ଏନ୍ ଲକ୍ ସପକ୍ଷରେ ମତ ପ୍ରକାଶ କରିଥିଲେ । କୌଣସି ସଭ୍ୟ ଏନ୍ ଲକ୍ ବିପକ୍ଷରେ ନାମାଙ୍କନ ପତ୍ର ଦାଖଲ କରି ନ ଥିବାରୁ ଶେଷରେ ଅପ୍ରତିଦ୍ୱନ୍ଦୀ ଭାବରେ ରଟିଙ୍ଗିଆ ପଞ୍ଚାୟତର ଏନ୍ ଳୁକ୍ ଉପାଦ୍ଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ନିର୍ବାଚିତ ପରେ ଲୋକମାନଙ୍କ ନିମନ୍ତେ କାମ କରିବା ପାଇଁ ଯେଉଁ ଭରସା, ଉଦ୍ଦେଶ୍ୟ ନେଇ ମୋତେ ନିର୍ବାଚିତ ସମସ୍ତ ସଭ୍ୟ, କର୍ମୀ ଓ ଜନତା ସହଯୋଗରେ ମିଳିତ ଭାବରେ ନିର୍ବାଚିତ କରିଛନ୍ତି ତାହା କରିବା ନିମନ୍ତେ ସଂକଳ୍ପ ବୋଦ୍ଧ ବୋଲି ନିଜ ମତରେ ସେ ପ୍ରକାଶ କରିବା ସହିତ ଘୁ ଉଦୟଗିରି ବ୍ଲକର ସମସ୍ତ ଜନସାଧାରଣଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ନିର୍ବାଚିତ କରିଥିବା ସକାଶୁ ସମସ୍ତ କର୍ମୀ ଓ ଜନତାଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ଏହି ନିର୍ବାଚନ ପ୍ରକ୍ରିୟା ପାଇ ସମିତି ସଭ୍ୟମାନଙ୍କୁ ଘୁ ଉଦୟଗିରି ବିଧାୟକ ଶାଲୁଗା ପ୍ରଧାନ, ଜିଲ୍ଲା ପରିଷଦ ଲିଳିମା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ଘୁ ଉଦୟଗିରି ବିଜେଡି ପୂର୍ବତନ ସଭାପତି ସିମାଞ୍ଚଳ ନାୟକ, ସଂଖ୍ୟାଲଘୁ ସଭାପତି ରଞ୍ଜୟ ନାୟକ, ବ୍ଲକ ଉପସଭାପତି ଗୋପାଳ ନାୟକ, ଗ୍ରେଷୀଙ୍ଗିଆ ପଞ୍ଚାୟତ ସଭାପତି ହେରଦ ଦିଗାଲ, ବ୍ଲକ ସଭାନେତ୍ରୀ ବିଜୟନି ନାୟକ, ନଗର ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ କହଁର, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ଯୁବ ସଭାପତି ଛଟନ ନାୟକ, ଶଶିଭୂଷଣ ପ୍ରଧାନ, ଅଭିଷେକ, ଗୁଡୁ, ସିବା, ମିଥୁନ,ଓ ଅନ୍ୟ ବିଜେଡି କର୍ମଚାରୀ ସହଯୋଗ କରିଥିବା ବେଳେ ନବ ନିର୍ବାଚିତ ଏନ୍ ଲୁକଙ୍କୁ ସ୍ୱାଗତ କରିଥିଲେ ।