ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା; ଓଡିଶାରେ ଭୂମିକମ୍ପ ହୋଇନି : ପାଣିପାଗ ବିଭାଗ

ଭୁବନେଶ୍ୱର: ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା। ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ଥରିଲା ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳ । ଏଥିଯୋଗୁ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଆଜି ସକାଳ ପୂର୍ବାହ୍ନ ପ୍ରାୟ ୧୦ଟା ପରେ ଭଦ୍ରକ, ଯାଜପୁର ସମେତ କେନ୍ଦୁଝର ଜିଲ୍ଲାରେ ବଡ଼ ବୋମା ବିସ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ଏଥିଯୋଗୁ କିଛି ସମୟ ପାଇଁ ଥରିଲା ସମଗ୍ର ଅଞ୍ଚଳ। ଭୟରେ ଘର ଭିତରୁ ଲୋକମାନେ ବାହାରକୁ ଚାଲି ଆସିଥିଲେ। କେଉଁ କାରଣରୁ ଏଭଳି ଶବ୍ଦ ହେଲା କିଛି ସ୍ପଷ୍ଟ ହୋଇପାରିନାହିଁ ।

ଏହାକୁ ନେଇ ପାଣିପାଗ ବିଭାଗ କହିଛି ଯେ, ଆଜି ଓଡିଶାରେ ଭୂମିକଂପ ହୋଇଥିବା ନେଇ କୌଣସି ସୂଚନା ନାହିଁ । ଆଜି ସକାଳେ କେବଳ ମହାରାଷ୍ଟ୍ରରେ ଭୂମିକମ୍ପ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜିର ଶବ୍ଦ ଭୂମିକମ୍ପର ନୁହେଁ ବୋଲି ମଧ୍ୟ କୁହାଯାଇଛି ।

Comments (0)
Add Comment