ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବାର ଆସୋସିଏସନ୍ ଓ ଜୁଡ଼ିସିଆଲ ପକ୍ଷରୁ ଆଜି ସ୍ଥାନୀୟ କଲେଜ୍ ପଡିଆଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଟି-୨୦ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳା ଦୌରା ଜଜ୍ ରଶ୍ମି ମୋହନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମ୍ୟାଚକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଫେମିଲି ଜଜ ପ୍ରଜ୍ଞା ପାଣିଗ୍ରାହୀ, ସିଜେଏମ ପ୍ରିୟ ରଂଜନ ବାରିକ୍, ରେଜିଷ୍ଟ୍ରାର ସାଦ୍ୟସ୍ନାତା ପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣ ମୂଖ୍ୟ କୁମୁଦିନୀ ମୁଦୁଲି,ଏସଡି ଜେଏମ ସୁଦେଷ୍ଣା ପଟ୍ଟନାୟକ, ବାର ଏସୋସିଏସନ୍ ସଭାପତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇ ଖେଳକୁ ଉପଭୋଗ କରିବା ସହିତ ଖେଳାଳୀଙ୍କୁ ଉତ୍ସାହିତ ଓ କୃତି ଖେଳାଳିଙ୍କୁ ପୁରସ୍କୃତ କରିଥିଲେ । ଜୁଡ଼ିସିଆଲ ଦଳର ଅଧିନାୟକ ରକି ମେହେରଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ବାର ସଂଘ ଟିମ୍କୁ ୫ ୱିକେଟରେ ୨୦୭ ରନ ଟାର୍ଗେଟ ଦେଇଥିଲେ । ଏହି ଟାର୍ଗେଟକୁ ପିଛା କରି ବାର ସଂଘର ଅଧିନାୟକ ନନ୍ଦ କିଶୋର ତ୍ରିପାଠୀଙ୍କ ଦଳ ୪ ୱିକେଟ ରେ ୧୫୬ ରନ କରି ପାରିଥିଲେ । ବିଜେତା ଦଳର ଶଶିକାନ୍ତ ଦେହୁରୀ ୯୦ ରନ କରି ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ ହୋଇଥିବା ବେଳେ ବାର ସଂଘ ଦଳର ଅସୁମ୍ ପାଣିଗ୍ରାହୀ ୯୮ ରନ କରି ୨ ୱିକେଟ୍ ହାସଲ କରିଥିଲେ । ଆଇନଜୀବୀ ଅରବିନ୍ଦ ପୂଜାରୀ ଓ ଶ୍ରୀକାନ୍ତ ଦାଶ ଖେଳ ପରିଚାଳନା କରିଥିବା ବେଳେ ବାର ସଂଘ ସମ୍ପାଦକ ପ୍ରଫୁଲ୍ଲ ସାହୁ, ନିରଂଜନ ଶତପଥୀ, ଓଁକାର ପ୍ରଧାନ, ରବୀନ୍ଦ୍ର କୁମ୍ଭାର ପ୍ରମୁଖ ଅୟୋଜନରେ ସହଯୋଗ କରିଥିଲେ ।