ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତା ଉଦଯାପିତ, ଗୁରୁ ଏକାଦଶ ଚାମ୍ପିୟାନ

ପାରଳାଖେମୁଣ୍ଡି : ଆଜି ପାରଳା ପୌରପାଳିକା ଅଧୀନରେ ଥିବା ହାତପଦା ସ୍ଥିତ ରେଳ ପଡ଼ିଆରେ ଆୟୋଜିତ ହୋଇଯାଇଛି ଜୟ ହନୁମାନ କ୍ରିକେଟ ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ପାଇଥିବା ଏହି ୧୫ଓଭର ବିଶିଷ୍ଟ ଫାଇନାଲ ମ୍ୟାଚରେ ଗୋଟିଏ ଉଇକେଟରେ ବିଜୟ ହାସଲ କରିଥିଲେ ଗୁରୁ ଏକାଦଶ । ଟସ ଜିଣି ପ୍ରଥମ ବ୍ୟାଟିଂ କରିଥିବା ଗଣ୍ଡାହାତୀ କ୍ଳବ ନିର୍ଦ୍ଧାରିତ ୧୫ ଓଭରରେ ୧୧୪ରନ କରିଥିଲେ । ଏହି ରନର ପିଛାକରି ଗୁରୁ ଏକାଦଶ ୯ ଉଇକେଟ ହରାଇ ୧୧୫ରନ କରିବାରେ ସଫଳ ହୋଇଥିଲେ । ଫାଇନାଲରେ ମୁଖ୍ୟ ଅତିଥୀ ଭାବେ ଉପସ୍ଥିତ ଥିଲେ ହାଇଟେକର ଅଧ୍ୟକ୍ଷ ଡ଼ଃ. ତିରୁପତି ପାଣିଗ୍ରାହୀ, ଉପାଧ୍ୟକ୍ଷ ତିରୁପତି ଚୌଧୁରୀ, ନିର୍ଦ୍ଦେଶକ ଇଂ ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ । ପାରଳାଖେମୁଣ୍ଡି ପୌରପାଳିକାର ଉପାଧ୍ୟକ୍ଷ ଲେଙ୍କା ମଧୁ ଯୁବନେତା ଜି. ବିଜୟ କୁମାର ,ଜିଲ୍ଲା ପରିଷଦ ସଦସ୍ୟ ଏସ. ବାଲାରାଜୁ ଭୁସକୁଡି ସମିତି ସଭ୍ୟ ବି. ବାଲାରାଜୁ ପ୍ରମୁଖ । ଏହି ଖେଳ ପ୍ରତିଯୋଗିତା ଆୟୋଜନ କରିଥିଲେ ଆଇନଜୀବୀ ଅରୁଣ ପରିଡା, ସୁନୀଲ ମହାକୁଡ଼, ରାଜେଶ ବେହେରା ପ୍ରମୁଖ । ବିଜୟୀ ଦଳକୁ ୨୧ ହଜାର ପୁରସ୍କାର ସହ ଉପ ବିଜେତାଙ୍କୁ ୧୨ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା । କାଳିଆ ପ୍ରଧାନ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବିବେଚିତ ହୋଇଥିଲେ ।

Comments (0)
Add Comment