ଗରିବ କଲ୍ୟାଣ ଅନ୍ନ ଯୋଜନା ଘଟଣାକୁ ନେଇ ବିଜେଡି କର୍ମୀଙ୍କ ଗଣଧାରଣା

ହରଭଙ୍ଗା : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡ ପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରିଥିବା କେନ୍ଦ୍ର ସରକାର ନିଷ୍ପତି ବିରୁଦ୍ଧରେ ଆଜି ସାରା ରାଜ୍ୟରେ ବିଜେଡି କର୍ମୀ ମାନେ ପ୍ରତି ପଂଚାୟତ ଅଫିସ ସାମ୍ନାରେ ଗଣଧାରଣା ଦେଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ୨୨ଗୋଟି ପଂଚାୟତରେ ସ୍ଥାନୀୟ ବିଜେଡି କର୍ମୀ ମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକର ରାମଗଡ଼ ପଂଚାୟତର ଏହି ଗଣଧାରଣାରେ ବିଜେଡି କର୍ମୀ ଅଜିତ କ୍ଷେତ୍ତି, ପ୍ରମୋଦ ବିଶି, ମାନଭଞ୍ଜନ ମହାପାତ୍ର, ଚିନ୍ତାମଣି କର୍ଣ୍ଣ, ଏକାଦଶୀ କର୍ଣ୍ଣ, ଶୁଭେନ୍ଦୁ ଯୋଶୀ, ସରପଞ୍ଚ -ପ୍ରଭାସିନୀ ଯୋଶୀ, ପୂର୍ବତନ ସରପଞ୍ଚ -ନରେଶ ସେଠି, ଗୋପବନ୍ଧୁ ମହାପାତ୍ର, ସଂଜୀବ ପ୍ରଧାନ ଆଦି ସାମିଲ ରହିଥିଲେ । ସେହିପରି ତିଲେଶ୍ୱର, ଧଳପୁର, ପୁରୁଣା କଟକ, ହରଭଙ୍ଗା, ମହାଳିକ ପଡା, କୁସଙ୍ଗ, ତଳ ଗାଁ, ବିରନାରସିଂହପୁର ଆଦି ପଂଚାୟତ ଗୁଡିକରେ ଏହି ପ୍ରତିବାଦ ଗଣଧାରଣା ଦେଖିବାକୁ ମିଳିଥିଲା ।

Comments (0)
Add Comment