ସୁବର୍ଣ୍ଣପୁର : ଜିଲ୍ଲାର ତରଭା ପ୍ରଖଣ୍ଡର ପାଇକବାହାଲର ସ୍ୱର୍ଗତ ଶ୍ରୀ ଶ୍ରୀ ଗିରିବର ଦାସ ମହାରାଜଙ୍କ ମଠରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହିତଚିନ୍ତନ ବୈଠକ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଗଣପତି ପାଢୀ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ଖମାରୀ, ଜିଲ୍ଲା ସମ୍ପାଦକ ଗଣେଶ ପ୍ରଧାନ ଉପସ୍ଥିତ ଥିଲେ । ହିନ୍ଦୁ ସମାଜକୁ ଜାଗ୍ରତ ଓ ରାଷ୍ଟ୍ର ଜାଗ୍ରତ କାର୍ଯକ୍ରମକୁ ବିଶ୍ୱ ହିନ୍ଦୁପରିଷଦ ଅଧିକ ପ୍ରାଧାନ୍ୟ ଦେବା ସହିତ ଆଗକୁ ପୁରପଲ୍ଲୀରେ ଏ କାର୍ଯ୍ୟକ୍ରମକୁ ଆଗକୁ ଆହୁରି ଲୋକଙ୍କୁ ଯୋଡ଼ିବା କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟ କରିବ । ଅନ୍ୟ ମାନଙ୍କ ଭିତରେ ମଠାଧୀଶ ନରହରି ଦାସ, ସୁରେନ୍ଦ୍ର ଖମାରୀ ଓ ବିଭିଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।