ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହେନ୍ଦ୍ର ଗିରୀ ଉଚ୍ଚ ବିଦ୍ୟାଳୟରେ ରାମାନୁଜନ୍ ଗଣିତ କ୍ଳବ ତରଫରୁ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମାନୁଜନ୍ଙ୍କ ଜୀବନୀ, କୃତିତ୍ୱ ଗଣିତ ପ୍ରତି ଅବଦାନ ଓ ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଗଣିତ ପ୍ରତି ମୋହ ସୃଷ୍ଟି କରିବାରେ ବିଭିନ୍ନ ଗାଣିତିକ କୌଶଳ ସମ୍ବନ୍ଧରେ ଆଲୋଚନା ପ୍ରକାଶ ପାଇଥିଲା । ଉକ୍ତ ସ୍ମୃତି ସଭାରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିଲେ । ନବୋଦୟ ପାରଳାଖେମୁଣ୍ଡି ଅଧ୍ୟକ୍ଷ ପ୍ରଦୀପ ମହାରଥୀ ପଣ୍ଡା ମୁଖ୍ୟ ଅତିଥି ସ୍ଥାନୀୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ରାଉତ ମୁଖ୍ୟ ବକ୍ତା, ସ୍ଥାନୀୟ ଡିଆଇଇଟି ର ଶିକ୍ଷୟିତ୍ରୀ ମମତା ଜେନ୍ନ ସମ୍ମାନୀତ ଅତିଥି ରୂପେ ଯୋଗ ଦାନ କରିଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଆଳିର କାର୍ଯ୍ୟରତ ଗଣିତ ଶିକ୍ଷକ ଧୀରେନ କୁମାର ପଣ୍ଡାଙ୍କୁ କ୍ଳବ ତରଫରୁ ସମ୍ମାନିତ କରାଯାଇଥିଲା ।୧୦୦ ରୁ ଉର୍ଦ୍ଧ୍ୱ ଗାଣିତିକ ମନସ୍କ ଶ୍ରୋତା ଏଥିରେ ଯୋଗ ଦେଇ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କ୍ଳବର ସଭ୍ୟ ବୃନ୍ଦ ପୁରୁଷୋତ୍ତମ ବେହେରା, ରାମ ଶଙ୍କର ଗନ୍ତାୟତ, ବେଣୁ ପାଢ଼ୀ, ମନୋଜ କୁମାର ପଣ୍ଡା, ହରି ନାଥ ପାତ୍ର, ଜଗଦୀଶ ପାତ୍ର, ଶୈଳେନ୍ଦ୍ର ପାତ୍ର, ରମାକାନ୍ତ ପଟ୍ଟନାୟକ, ସୌମ୍ୟ ରଞ୍ଜନ ନାୟକ, ନରେଶ ପ୍ରଧାନ, ହରେ କୃଷ୍ଣ ମିଶ୍ର, ଶ୍ୟାମ ସୁନ୍ଦର ଗନ୍ତାୟତ ଓ ଅମୂଲ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ ।