ହାଟରେ ବଢୁଛି ଚୋରି, ରାସ୍ତାରୋକ କଲେ ବ୍ୟବସାୟୀ

ଗତସିଂହପୁର : ବାରମ୍ବାର ଚୋରି ଏବଂ ପୋଲିସର ନିଷ୍କ୍ରିୟତାକୁ ନେଇ ଜଗତସିଂହପୁର ହାଟ ବଜାର ଓ ମୁନିସିପାଲିଟି ଅଫିସକୁ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀମାନେ । ଜଗତସିଂହପୁର ବ୍ଲକ ଛକ ହାଟବଜାରରେ ବାରମ୍ବାର ଚୋରି ହେଉଥିବା ଅଭିଯୋଗ ହୋଇଛି । ବଜାରରେ ଥିବା ସୋମନାଥ ମନ୍ଦିର ହୁଣ୍ଡୀ ଭାଙ୍ଗି ଚୋରି ହେବା ସହିତ ବଜାରର ୫୦ରୁ ଉର୍ଦ୍ଧ୍ୱ ଦୋକାନରୁ ଚୋରି ହେବା ସହିତ ସାପ୍ତାହିକ ହାଟ ଚାଲିଥିବା ସମୟରେ ଲୋକ ମାନଙ୍କୁ ଠାରୁ ମୋବାଇଲ ଚୋରିକୁ ନେଇ ସଦର ଥାନାରେ ଅଭିଯୋଗ କଲେ ମଧ୍ୟ ଫଳ କିଛି ମିଳୁନାହିଁ । ବଜାର ଅଞ୍ଚଳରେ ଲାଗିଥିବା ସିସି ଟିଭି କାର୍ଯ୍ୟ କରୁନଥିବାରୁ ଚୋର ମାନେ ନିର୍ଭିଗ୍ନରେ ଚୋରି କରି ଫେରାର ହୋଇଯାଉଛନ୍ତି । ହାଟ୍‌ ବଜାରରେ ସିସି ଟିଭି କାର୍ଯ୍ୟକ୍ଷମ କରିବାକୁ ଦାବିକରି ରାସ୍ତା ବନ୍ଦକରିବା ସହିତ ପୌରପରିଷଦ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ବଜାରର ବ୍ୟବସାୟୀ । ତେବେ ଏଠି ଲୋକମାନଙ୍କର ମୁଖ୍ୟ ଅଭିଯୋଗ ରହିଥିଲା ଯେ ଥାନାରେ ବାରମ୍ବାର ଅଭିଯୋଗ ସତ୍ତେ୍ୱ ହାଟ ବଜାରରେ ପୋଲିସର ପେଟ୍ରୋଲିଙ୍ଗ ନକରିବା ଏବଂ ପୌରପରିଷଦରେ ଅଭିଯୋଗ ସତ୍ତେ୍ୱ ମଧ୍ୟ ସିସିଟିଭି ଗୁଡିକୁ କାର୍ଯ୍ୟକାରୀ ନକରିବା ଭଳି ଘଟଣାକୁ ନେଇ ରାଜରାସ୍ତାକୁ ଜନସାଧାରଣ ଓହ୍ଲାଇଥିବା ଦେଖିବାକୁ ମିଳିଛି । ତେବେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବ୍ୟବସାୟୀ ମାନେ ଚେତାବନୀ ଦେଇଛନ୍ତି ।

Comments (0)
Add Comment