ବିଦ୍ୟୁତ୍‌ କାର୍ଯ୍ୟାଳୟ ସାମ୍ନାରେ ଗର୍ଜିଲା ହେମେନ୍ଦ୍ର ସେନା

ଦଶପଲ୍ଲା : ନୟାଗଡ଼ ବିଦ୍ୟୁତ ବିଭାଗର ମନମାନିକୁ ନେଇ ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ବିଲ ଆଦାୟ ସମୟରେ କର୍ମଚାରୀଙ୍କ ଦୁର୍ବ୍ୟବହାରକୁ ନେଇ ପ୍ରତିବାଦ କରାଯାଇଛି । ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକୁ ନେଇ ହେମେନ୍ଦ୍ର ସେନା ପକ୍ଷରୁ ପ୍ରତିବାଦ କରାଯାଇଥିଲା । ନୟାଗଡ଼ ବିଦ୍ୟୁତ ବିଭାଗ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ହେମେନ୍ଦ୍ର ସେନାର ଶତାଧିକ କର୍ମକର୍ତ୍ତା ମାନେ ସାମିଲ ହୋଇ ବିଦ୍ୟୁତ ବିଭାଗର ମନମାନିକୁ କାର୍ଯ୍ୟକୁ ବନ୍ଦ କରିବା ପାଇଁ ପ୍ରତିବାଦ କରି ଆନ୍ଦୋଳନ କରିଥିଲେ । ଅରଣ୍ୟରାଜ କିଶୋର ସିଂଙ୍କ ନେତୃତ୍ୱରେ ଏକ ଦାବିପତ୍ର ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ନିଗମ ଚନ୍ଦ୍ର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ଯଦି ବିଦ୍ୟୁତ ବିଭାଗ ତାର ମନମାନି କାର୍ଯ୍ୟ ବନ୍ଦ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ହେମେନ୍ଦ୍ର ସେନା ପକ୍ଷରୁ କୁହାଯାଇଛି ।

Comments (0)
Add Comment