ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ସେଣ୍ଟ ଜୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ହୋତା ଭିତରେ ପଶି କେହି ଦୁର୍ବୃତ୍ତ ଭଙ୍ଗାରୁଜା କରି ଅନୁଷ୍ଠାନର କ୍ଷୟକ୍ଷତି କରିଥିବା ନେଇ ସ୍କୁଲର ଅଧ୍ୟକ୍ଷ କପିଳାସ ନାୟକ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।
ସୂଚନାନୁଯାଇ ରବିବାର ଦିନ ବିଦ୍ୟାଳୟ ଛୁଟି ଥିବାରୁ କୌଣସି କର୍ମଚାରୀ ବିଦ୍ୟାଳୟ କୁ ଆସିନଥିଲେ, ନିଛାଟିଆ ସୁଯୋଗ ପାଇ କେହି ଦୁର୍ବୃତ୍ତ ବିଦ୍ୟାଳୟର ହୋତା ମଧ୍ୟରେ ପ୍ରବେଶ କରି ବିଦ୍ୟାଳୟର ବାରଣ୍ଡା ଓ ଲେଟିନ ପାର୍ଶ୍ୱର ଭେଣ୍ଟିଲେଟର କାଚ ଭାଙ୍ଗିଦେବା ସହିତ ପାଣି ସପ୍ଲାଇ ପାଇପ୍କୁ ଖଣ୍ଡ ଖଣ୍ଡ କରି କାଟି ଦେଇଛନ୍ତି ଏବଂ ଗୋଟିଏ ନିମ୍ୱ ଗଛକୁ ମୂଳରୁ ହାଣି ସଫା କରି ଦେଇଥିବା ବେଳ ଚତୁପାର୍ଶ୍ୱରେ ଲଗାଯାଇ ଥିବା ଫୁଲଗଛ ଗୁଡ଼ିକୁ ହାଣି ଦେଇଛନ୍ତି ଏବଂ ଗୋଟିଏ ୧୬ ଏମ୍ଏମ୍ର ଗୋଟିଏ ଲୁହାଛଡ଼ ନେବାକୁ ଉଦ୍ୟମ କରୁଥିବା ବେଳେ ପାଚେରି ପାଖରେ ତାହା ଛାଡ଼ି ଚାଲିଯାଛନ୍ତି । କେହି ଦୁର୍ବୃତ୍ତ ଜାଣିଶୁଣି ବିଦ୍ୟାଳୟର କ୍ଷତି କରିବାକୁ ଯାଇ ଏପ୍ରକାର କାଣ୍ଡ ଭିଆଇ ଥିବା ନତୁବା ନିଶା ଶକ୍ତ ଅବସ୍ଥାରେ ଚୋରି ଉଦ୍ୟମ କରିଥିବା ନେଇ ଅନୁମାନ କରାଯାଉଛି । ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାହାରିକୁ ସନ୍ଦେହ କରିପାରୁ ନଥିବା ବେଳେ ଆଜି ସକାଳୁ ବିଦ୍ୟାଳୟ କୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିପାରି ଥାନାରେ ଏକ ଲିଖିତ ଅଭଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଅତିରିକ୍ତ ଥାନା ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱ ରେ ପୋଲିସ୍ ବାହୀନି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।