ସୁବର୍ଣ୍ଣପୁର ପୋଲିସର ବଡ଼ ସଫଳତା: ନକଲି ସୁନା ବନ୍ଧକ ମାମଲାରେ ୭ ଜଣ ଗିରଫ

ସୁବର୍ଣ୍ଣପୁର: ନକଲି ସୁନା ଦେଇ ବ୍ୟାଙ୍କକୁ ଲଗାଉଥିଲେ ଚୁନା । ଶେଷରେ ବନ୍ଧା ହୋଇ କୋର୍ଟ ଫରୱାର୍ଡ଼ ହେଲେ । ନକଲି ସୁନା ବନ୍ଧକ ରଖି ୫୨ ଲକ୍ଷ ଟଙ୍କାର ଋଣ ନେଇଥିବା ମାମଲାରେ ୭ ଜଣକୁ ଗିରଫ କରିଛି ସୁବର୍ଣ୍ଣପୁର ପୋଲିସ । ସ୍ଥାନୀୟ ବରୋଦା ବ୍ୟାଙ୍କରେ ଏହି ଠକେଇ ହୋଇଥିବା ନେଇ ସୋନପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ବ୍ୟାଙ୍କ ଅଧିକାରୀ । ବ୍ୟାଙ୍କର ସିନିୟର ମ୍ୟାନେଜର ଅଭିଯୋଗ କରିବା ପରେ ଏନେଇ ସୋନପୁର ପୋଲିସ ତ୍ୱତନ୍ତ୍ର ଟିମ ଗଠନ କରି ତାର ତଦନ୍ତ କରିଥିଲା । ଏହି ନକଲି ସୁନା ବନ୍ଧକ ଘଟଣାରେ ଜଣେ ବଣିଆ ସମେତ ୭ ଜଣକୁ ଗିରଫ କରିଛି ସୋନପୁର ପୋଲିସ । ୬ ଅଭିଯୁକ୍ତ ସୁବର୍ଣ୍ଣପୁର ଜିଲ୍ଲାର ହୋଇଥିବାବେଳେ ଜଣେ ବରଗଡ ଜିଲ୍ଲାର ହୋଇଥିବା ଜଣପଡିଛି । ଗିରଫ ସାତ ଜଣ ହେଲେ ଇଶ୍ୱର ସରାଫ, ସୁରେନ୍ଦ୍ର ସରାଫ, ଅଞ୍ଜନ ସା, ହଜାରୁ ସାହୁ, ଡାକ୍ଟର ସେଠ, ରାମ କୁମାର ମେହେର, ରାମଚନ୍ଦ୍ର ବଣିଆ ଓ ବଣିଆ ଜୟନାରାୟଣ ମହାରଣା । ଅଭିଯୁକ୍ତ ଇଶ୍ୱର ସରାଫ ପୂର୍ବରୁ ସୋନପୁର ୟୁକୋ ବ୍ୟଙ୍କରେ ମଧ୍ୟ ନକଲି ସୁନା ଦେଇ ୧୯ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡିଛି । ଆଜି ସୋନପୁର ପୋଲିସ କାର୍ଯ୍ୟାଳୟରେ ହୋଇଥିବା ଏକ ସାମ୍ବାଦିକ ସମ୍ମଳନୀରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ସୂଚନା ଦେବାସହ ଏହିଘଟଣାରେ ସଂପୃକ୍ତ ବ୍ୟାଙ୍କର କେହି କର୍ମଚାରୀଙ୍କ ସଂପୃକ୍ତ ଅଛନ୍ତି ନା ନାହିଁ ଅନୁସନ୍ଧାନ ଚାଲିଛି ବୋଲି ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଗରିଫ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ପୁଷ୍ପାଞ୍ଜଳି ନିଙ୍ଗୀ, ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେରଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment