କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଅର୍ନ୍ତଜାତୀୟ ଯୋଗ ଦିବସ ପାଳିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

କୋଣାର୍କ : ଅଷ୍ଟମ ଅର୍ନ୍ତଜାତୀୟ ଯୋଗ ଦିବସ କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଗ ଦିବସରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇଥିଲେ ଓ ସମସ୍ତ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀ ଓ ଯୁବକ ଯୁବତୀମାନଙ୍କୁ ପ୍ରତ୍ୟେକ ଦିନ ଯୋଗ କରିବା ପାଇଁ କହିଥିଲେ ।

ଯୋଗ ଦ୍ୱାରା ମନୁଷ୍ୟ ଶରୀରର ବିଭିନ୍ନ ରୋଗ ଆରୋଗ୍ୟ ହୋଇପାରିବ ଓ ସୁସ୍ଥ ସ୍ୱାସ୍ଥ୍ୟ ଗଠନ ହୋଇପାରିବ । ଅନେକ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଯୁବକଯୁବତୀମାନେ ଆସି ଯୋଗ ଦେଇ ଯୋଗ ଦିବସରେ ଯୋଗ ଅଭ୍ୟାସ କରିଥିଲେ । ପ୍ରତ୍ୟେକ ଦିନ ପ୍ରାୟ ଏକ ଘଣ୍ଟା ଯୋଗ କଲେ ଶରୀର ସୁସ୍ଥ ରହିବା ସହିତ ବହୁତ ଆନନ୍ଦ ଲାଗିଥାଏ । ନିରାମୟ ଜୀବନ ଓ ସୁସ୍ଥତା ଓ ମାନସିକ ଭାରସମ୍ୟ ସହିତ ମାନସିକ ସନ୍ତୁଳନ ରକ୍ଷା ପାଇଁ ଯୋଗ ଏକ ଆଧାର ବୋଲି ସେ କହିଥିଲେ ।

Comments (0)
Add Comment