ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲାର କୋଣ ଅନୁକୋଣରୁ ନବରଙ୍ଗପୁର ସଦର ମହକୁମାରେ ପହଞ୍ଚିଥିଲେ । ପ୍ରଥମେ ମା ଭଣ୍ଡାରଘରଣୀଙ୍କ ଆଶୀର୍ବାଦ ନେଇଥିଲେ । ତତ୍ପରେ ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କିନ୍ନର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କୁ ଭେଟିଥିଲେ । ଏହି ଅବସରରେ କିନ୍ନର ସଙ୍ଘର ରେଜିଷ୍ର୍ଟ୍ରେସନ ସେର୍ଟିଫିକେଟକୁ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ । ଜିଲ୍ଲାପାଳ ନିଜ କାର୍ଯ୍ୟାଳୟରେ କିନ୍ନରମାନଙ୍କ ସହ ବସି ତାଙ୍କର ବିଭିନ୍ନ ସମସ୍ୟାର ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଏହାର ତୁରନ୍ତ ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଏବଂ ତହସିଲଦାର ରବିନ୍ଦ୍ର କୁମାର ରାଉତଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ କିନ୍ନର ସଙ୍ଘର ସଭାପତି କାଜଲ, ସମ୍ପାଦକ ଚୁମକୀ, ଉପସଭାପତି ସୋନା, ସହସମ୍ପାଦକ ପ୍ରୀତି, କୋଷାଧ୍ୟକ୍ଷ କଳ୍ପନା ସମେତ କାର୍ଯ୍ୟ ନିର୍ବାହୀ ସଭ୍ୟ କୃଷ୍ଣପ୍ରସାଦ ରଥ, ସୁବ୍ରତ ବେହେରା, ବାବୁଲା ସୃତି, ତନୁଜା, ଅନିତା, କୁନା, ଜୟନ୍ତୀ, ଅଞ୍ଜୁ, ବିପ୍ପମା, ଗୋପା, ଗୁଗୁ, ଡମୁ, ସାହୁ ଏବଂ ଅର୍ଜୁନ ଜାନୀ ପ୍ରମୁଖ କିନ୍ନର ସମେତ ଜିଲ୍ଲାର ଅନ୍ୟ ସମସ୍ତ କିନ୍ନର ଉପସ୍ଥିତ ଥିଲେ ।

Comments (0)
Add Comment