ନୂଆସାହି ବାପ୍ଟିଷ୍ଟ ଚର୍ଚ୍ଚରେ ଆନ୍ତର୍ଜାତୀୟ ମାତୃ ଦିବସ ପାଳିତ

ଘୁ ଉଦୟଗିରି: ଆଜି ଆନ୍ତର୍ଜାତୀୟ ମାତୃ ଦିବସ । ଏହି ମାତୃ ଦିବସ ପ୍ରତି ବର୍ଷ ମେ ମାସର ଦ୍ୱିତୀୟ ରବିବାର ଦିନ ପାଳନ କରାଯାଇଥାଏ ।ଏହି ମାତୃ ଦିବସରେ ଚର୍ଚ୍ଚ ଆସୁଥିବା ସମସ୍ତ ମାଁ ମାନଙ୍କୁ ସଣ୍ଡେ ସ୍କୁଲ ପିଲାମାନଙ୍କ ଦ୍ୱାରା ଫୁଲ ଦେଇ ସ୍ୱାଗତ କରିବା ସହିତ ଶୁଭେଚ୍ଛା ଜଣାଇଥିଲେ । ପରେ ଚର୍ଚ୍ଚ ମଧ୍ୟରେ ଭାଇ ପ୍ରଶାନ୍ତ କୁମାର ଦାସ ମାତୃ ଦିବସ ପରିଚାଳନା କରିଥିବା ବେଳେ ମାତା ବସନ୍ତ ମଞ୍ଜରୀ ରଥ ମାତୃ ଦିବସ କେମିତି ପାଳନ କରାଗଲା ଓ କିଏ ପ୍ରଥମେ ପାଳନ କରିଥିଲେ ସେ ବିଷୟର ବର୍ଣ୍ଣନା କରି କହିଥିଲେ ଯାହା “ମାତୃ ଦିବସକୁ ମାତୃତ୍ୱ ରବିବାର’ ମଧ୍ୟ କୁହାଯାଏ । ଭାରତୀୟ ସଂସ୍କୃତି ସର୍ବଦା ମା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଉପରେ ଗୁରୁତ୍ୱ ଦେଇ ଆସୁଥିବା ବେଳେ ୧୯୦୦ ଦଶକର ଆରମ୍ଭରେ ମାତୃ ଦିବସ ପାଳନ କରିବାର କଳ୍ପନା ପ୍ରଥମେ ଆସିଥିଲା । ୧୯୦୮ ମସିହାରେ, ଆମେରିକାର ଆନ୍ନା ଜାରଭିସ୍‌ ନାମକ ଜଣେ ମହିଳା ପ୍ରଥମେ ତିନି ବର୍ଷ ପୂର୍ବେ ଦେହାନ୍ତ କରିଥିବା ତାଙ୍କ ମାତାଙ୍କ ସ୍ମୃତିରେ ସ୍ମୃତିଚାରଣ କରିବାକୁ ନିଷ୍ପତ୍ତି ନେଇଥିଲେ । କିଛି ବର୍ଷ ମଧ୍ୟରେ ଆମେରିକାର ଅନେକ ଅଂଶ ଏହି ଦିନକୁ ମାତୃ ଦିବସ ଭାବରେ ପାଳନ କରିବାକୁ ଲାଗିଲେ । ୧୯୧୪ ରେ, ଆମେରିକାର ରାଷ୍ଟ୍ରପତି କାଠ୍‌ରୋ ୱିଲସନ ମାତୃ ଦିବସକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିଥିଲେ । ଏହି ଅବସରରେ ସଂଡେ ସ୍କୁଲ୍‌ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମାତୃ ଦିବସ ଉପରେ ନିଜ ନିଜର ଲିଖିତ ସଂକ୍ଷିପ୍ତ ଗଳ୍ପ ମା ମାନଙ୍କ ଉଦ୍ଦେଶ୍ୟରେ ପରିବେଷଣ କରିଥିଲେ । ତିନି ଜଣ ମା ମାନଙ୍କ ଦ୍ୱାରା ପବିତ୍ର ବାଇବଲରେ ଲିଖିତ ବାକ୍ୟ ପାଠ କରାଯାଇଥିଲା ଓ ଏହାକୁ ମଣ୍ଡଳୀର ପାଳକ ପ୍ରଦୀପ କୁମାର ନାୟକ ଈଶ୍ୱରଙ୍କ ବାକ୍ୟରୁ ମାତୃ ଦିବସ ଓ ଏହାର ବିଶେଷତ୍ୱ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝେଇଥିଲେ । କୁନିକୁନି ପିଲାମାନଙ୍କ ଦ୍ୱାରା ସଙ୍ଗୀତ ଗାନ କରାଯାଇଥିଲା । ମଣ୍ଡଳୀର ସମ୍ପାଦକ ପ୍ରମୋଦ ରଞ୍ଜନ ନାୟକ ମାଆ ମାନଙ୍କର ଭୂମିକା ପରିବାରରେ ଓ ପ୍ରତ୍ୟେକ କ୍ଷେତ୍ରରେ କଣ ରହିଛି । ସେମାନେ କିପରି ସମ୍ପାଦନ କରନ୍ତି ସେ ବିଷୟରେ ନିଜର ମତ ପ୍ରକାଶ କରିଥିଲେ । ପରିଚାଳକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍‌ ଦେଇ କାର୍ଯ୍ୟକ୍ରମ ଶେଷ କରିଥିଲେ ।

Comments (0)
Add Comment