ଡମ୍ଫର ପଛରେ ପିଟିଲା ବାଇକ୍‌ ;ଜଣେ ମୃତ, ଦୁଇ ଗୁରୁତର

ପାଟଣାଗଡ଼ : ପାଟଣାଗଡ଼ ବ୍ରହ୍ମପୁରା ଭାନୁସାଗର ବନ୍ଧ ସମ୍ମୁଖରେ ଥିବା ୪୨ ନମ୍ବର ରାଜ୍ୟ ରାଜପଥରେ ରାସ୍ତା କଡରେ ଅଟକି ରହିଥିବା ଏକ ଡମ୍ଫର ପଛରେ ବାଇକ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଟିକପାଲିର ଚୈତନ୍ୟ ବାରଲେଣ୍ଡିଆ(୪୪) ମୃତ ହୋଇଥିବା ବେଳେ ଭାଟିଶାଳପଡାର ଗୁରୁବାରୁ ଠେଲା (୨୨) ଓ କାଦେପଡାର ତପନ ଷାଣ୍ଡ (୧୮) ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏକ ସିଡି ଡିଲକ୍ସ ବାଇକ୍‌ରେ ଚୈତନ୍ୟ, ଗୁରୁବାରୁ ଓ ତପନ ଯୁଗିମୁଣ୍ଡାରୁ ପାଟଣାଗଡ଼ ଫେରୁଥିଲେ । ପାଟଣାଗଡ଼ ଭାନସାଗାର ପୋଖରୀ ସ୍ଥିତ ୪୨ ନମ୍ବର ରାଜ୍ୟ ରାଜପଥରେ ଛିଡା ହୋଇଥିବା ଏକ ଡମ୍ଫର ପଛରେ ବାଇକ୍‌ଟି ଯୋର ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ଚାଳକ ଚୈତନ୍ୟର ମୃତ୍ୟୁ ହୋଇଥିବା ବେଳେ ଗୁରୁବାରୁ ଓ ତପନ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ଅନେକ ଲୋକ ମୁଖ ସାକ୍ଷୀ ହୋଇ ଛିଡା ହୋଇ ଥିବା ବେଳେ ସେହି ରାସ୍ତା ଦେଇ ବ୍ରହ୍ମପୁରାର ଜଣେ ଯୁବକ ରାକେଶ ପୁରୋହିତ ଆସୁଥିଲେ । ଉକ୍ତ ଯୁବକ କାଳ ବଳମ୍ବ ନ କରି ଆମ୍ବୁଲାନ୍ସକୁ ଫୋନ କରି ଆହତ ଯୁବକଙ୍କୁ ଆମ୍ବୁଲାନ୍ସରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ପହଞ୍ଚାଇ ଥିଲେ । ଚୈତନ୍ୟକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଗୁରୁବାରୁ ଓ ତପନଙ୍କୁ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ ।

Comments (0)
Add Comment