ଜି. ଉଦୟଗିରି ବ୍ଲକ ୫ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡିର ବିପୁଳ ବିଜୟ

ଜି. ଉଦୟଗିରି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜି. ଉଦୟଗିରି ବ୍ଲକର ଏକମାତ୍ର ଜିଲ୍ଲା ପରିଷଦ ଜୋନ ସହ ୮ ଟି ସରପଞ୍ଚ,୮ ଟି ସମିତି ସଭ୍ୟ ଓ ୱାର୍ଡମେମ୍ବର ଆସନ ନିମନ୍ତେ ଫଳାଫଳ ଘୋଷଣା ହୋଇଛି । ସମୁଦାୟ ବ୍ଲକର ଭୋଟର ସଂଖ୍ୟା ୨୯୯୧୦ ଥିବାବେଳେ ୧୯୩୩୭ ଖଣ୍ଡ ଭୋଟ ପୋଲିଂ ହୋଇଥିଲା । ଏକମାତ୍ର ଜିଲ୍ଲା ପରିଷଦ ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରିଥିବା ବିଜେଡି ପ୍ରାର୍ଥୀନୀ ଶ୍ରୀମତି ଲିଲିମା ପ୍ରଧାନ ୮୨୪୪ , ବିଜେପି ପ୍ରାର୍ଥୀନୀ ସତ୍ୟଭାମା ପ୍ରଧାନ ୬୪୨୬, କଂଗ୍ରେସ ପ୍ରାର୍ଥୀନୀ ହିରାବତୀ ପ୍ରଧାନ ୪୧୧୦ ଭୋଟ ପାଇଥିବା ବେଳେ ବିଜେଡ଼ି ପ୍ରାର୍ଥୀନୀ ଲିଲିମା ପ୍ରଧାନ ୧୭୩୭ ଖଣ୍ଡ ଭୋଟ ଅଧିକା ପାଇ ବିଜୟୀ ହୋଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ଏହି ଆସନଟି ବିଜେପି ଅଧିନରେ ରହିଥିଲା କିନ୍ତୁ ଏଥର ବିଜୁ ଜନତା ଦଳ ନିର୍ବାଚନରେ ବାଜିମାତ କରି ଆସନଟିକୁ ଅକ୍ତିଆର କରିବାରେ ସଫଳ ହୋଇଛି ଓ ବିଜୟୀ ହୋଇଛି । ସେହିପରି ପଞ୍ଚାୟତର ୮ଗୋଟି ସରପଞ୍ଚ ଆସନ ଓ ସମିତି ସଭ୍ୟ ଆସନ ନିମନ୍ତେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିବା ପ୍ରାର୍ଥୀ/ପ୍ରାର୍ଥୀନୀମାନେ ହେଲେ- କତିଙ୍ଗିଆ ପଞ୍ଚାୟତରୁ ବିଭୂତି ପ୍ରଧାନ- ୧୩୬୭ ଖଣ୍ଡ ଭୋଟ, ସମିତି ସଭ୍ୟା ଭାବେ ଲଳିତା ପ୍ରଧାନ ୧୩୧୨, ଲିଙ୍ଗାଗଡ ପଞ୍ଚାୟତରରୁ ଅବଲାକର ପ୍ରଧାନ- ୯୧୧ ଓ ସମିତି ସଭ୍ୟା ଭାବେ ସୁନେଲିକା ନାୟକ – ୬୨୩, ରାଇକଲା ପଞ୍ଚାୟତରୁ ସଙ୍ଗୀତା ପ୍ରଧାନ- ୯୦୯ ଭୋଟ ଓ ସମିତି ସଭ୍ୟ ସୁଷମା ପ୍ରଧାନ- ୧୦୨୦ , ରଟିଙ୍ଗିଆ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ବିଷ୍ଣୁ ଦେବ ପ୍ରଧାନ- ୭୩୧ ଓ ସମିତି ସଭ୍ୟ ଏନ୍‌ ଲୁକ୍‌ – ୮୧୧, ଗ୍ରେସିଙ୍ଗିଆ ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀନୀ- ତ୍ରିଶିଳା ପ୍ରଧାନ- ୧୦୧୧ ଓ ସମିତି ସଭ୍ୟା ପୂର୍ଣ୍ଣିମା ପ୍ରଧାନ- ୮୨୧, ତଲାରୀମାହା ସରପଞ୍ଚ ଭାବେ ବଳଭଦ୍ର ପ୍ରଧାନ- ୯୯୯ ଓ ସମିତି ସଭ୍ୟ ଉମେଶ ଚନ୍ଦ୍ର ପ୍ରଧାନ- ୬୧୫, କଳିଙ୍ଗା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ବକ୍ସି ମଲିକ- ୧୬୯୦, ସମିତି ସଭ୍ୟ ପ୍ରାର୍ଥୀ ମାଲ୍ୟବନ୍ତ କହଁର- ୧୩୮୨, ମାଲିକାପଡ଼ି ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଝରଣା ପ୍ରଧାନ- ୧୫୫୯ ଓ ସମିତି ସଭ୍ୟ ପ୍ରାର୍ଥୀ ସଚ୍ଚିଦାନନ୍ଦ ପ୍ରଧାନ- ୬୯୦ ଖଣ୍ଡ ଭୋଟ । ଆଜିର ଭୋଟ ଗଣନା ସକାଳ ୮ ଘଣ୍ଟା ସମୟରୁ ଆରମ୍ଭ ହୋଇଥିବାବେଳେ ରାତି ୧ ଘଣ୍ଟା ସମୟରେ ସରିଥିଲା । ଜି. ଉଦୟଗିରି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଶିଷ ତ୍ରିପାଠୀ, ଜି. ଉଦୟଗିରି ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଗଣନା ନିମନ୍ତେ ନିଯୁକ୍ତ ସମସ୍ତ ନିର୍ବାଚନ ଅଧିକାରୀ ସମସ୍ତ ଆସନ ନିମନ୍ତେ ଭୋଟ ଗଣନା କରିଥିଲେ । ସ୍ଥାନୀୟ ପୋଲିସ ଏସଡିପିଓ ଡି. ତିରୁପତି ରାଓ ପଟ୍ଟନାୟକ, ଆଇଆଇସି ରେବତୀ ଶବର ଓ ସୁରକ୍ଷା କର୍ମୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ନିର୍ବାଚନ ଅଧିକାରୀଙ୍କ ଜିଲ୍ଲା ପରିଷଦ ଆସନ ନିମନ୍ତେ ଫଳାଫଳ ଘୋଷଣା ପରେ ବିଜୁ ଜନତା ଦଳର ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ର, ବ୍ଲକ ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ବିଜେଡି ନଗର ସାଧାରଣ ସମ୍ପାଦକ ଅଶ୍ୱିନୀ ନାୟକ, ବରିଷ୍ଠ ବିଜେଡି ନେତା ବିଲିଅନ ନାୟକ, ସିମଞ୍ଚଳ ନାୟକ, ଗୋପାଳ ନାୟକ, ରଞ୍ଜୟ ନାୟକ, ସୁବ୍ରତ ଆଚାର୍ଯ୍ୟ, ହେରଦ ଦିଗାଲ, ବିଜେଡି ଜିଲ୍ଲା ସଭାପତି କାଳୁ ଚରଣ ପଣ୍ଡା,ଏମ ଡି ଆଲମାସ୍‌ , ରଞ୍ଜୟ ନାୟକ, ବ୍ଲକ ଯୁବ ସଭାପତି ଅଭିଷେକ ନାୟକ, ଛାତ୍ର ସଭାପତି ଛଟନ ନାୟକ ଓ ସମସ୍ତ କର୍ମୀ ବାଣ ଫୁଟାଇ ଖୁସି ମନାଇ ବିଜୟ ଉତ୍ସବ ପାଳନ କରିଥିଲେ ।

Comments (0)
Add Comment