ବାଲିଗୁଡ଼ା :କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ ବେଲଘର ପଂଚାୟତ ।ସେହି ପଂଚାୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି।ସେ ହେଉଛନ୍ତି ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ ରଂଜିତା ମାଝି (୨୬)। ଉଭୟ ମା ଓ ତିନି ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି। ମିଳିଥିବାସୂଚନା ଅନୁସାରେ ଗତ ରବିବାର ରଂଜିତା ଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ କଂସ ଆମ୍ବୁଲାନ୍ସ ଯୋଗେ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ବେଲଘର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ପ୍ରସନ୍ନ କୁମାର ସୁନା ପ୍ରାଥମିକ ଚିକିତ୍ସା କରବା ସମୟରେ ପ୍ରସବ ହୋଇଥିଲା। ସେହି ସମୟରେ ଡାକ୍ତର ସୁନା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିବ୍ୟଜ୍ୟୋତି କରଙ୍କୁ ତୁରନ୍ତ ଜଣାଇଥିଲେ। ଏହାପରେ ଡାକ୍ତର କର ଫୋନ ମଧ୍ୟରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞଙ୍କ ଜଣାଇବା ସହିତ ସହାୟତା କରିବା ପାଇଁ ଅନୁରୋଧ କରି ତାଙ୍କ ତତ୍ୱବାଧାନରେ ତିନିଟି ସନ୍ତାନ ପ୍ରସବ କରାଇବାରେ ସଫଳ ହୋଇଛନ୍ତି l ତେବେ ବେଲଘର ପରି ଏକ କୁଟିଆକନ୍ଧ ଅଂଚଳରେ କାର୍ଯ୍ୟରତ ଡାକ୍ତର ସୁନା ଓ କରଙ୍କ ଉଦ୍ୟମରେ ସୁରକ୍ଷିତ ଭାବେ ତିନୋଟି ସନ୍ତାନ ପ୍ରସବ ହୋଇଛନ୍ତି ଏବଂ ମା ମଧ୍ୟ ସୁରକ୍ଷିତ ।ତେବେ ଅଧିକ ଚିକିତ୍ସା ପାଇଁ ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ତିନି ନବଜାତ ସନ୍ତାନ ସହ ମା ରଂଜିତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଅଧିକା ଚିକିତ୍ସା ନିମନ୍ତେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। ଉପଖଣ୍ଡ ଚିକିତ୍ସାଳୟର ସ୍ୱତନ୍ତ୍ର ନବଜାତ ଶିଶୁକେନ୍ଦ୍ରରେ ମା ଓ ତିନି ଶିଶୁ ପୁତ୍ରଙ୍କୁ ରଖାଯାଇଛି l ତେବେ ତିନୋଟି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଥିବା ମା ରଂଜିତା ଓ ତିନି ଶିଶୁ ସୁସ୍ଥ ଥିବା କହିଛନ୍ତି ବାଲିଗୁଡା ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରବଣ କୁମାର ସାହୁକାର l ତେବେ ଏହା ସେହି ମହିଳାର ଚତୁର୍ଥ ପ୍ରସବ ହୋଇଥିବା ବେଳେ ଜଣେ 8 ବର୍ଷ ର ପୁଅ ଓ 4 ବର୍ଷ ର ଝିଅ ଥିବା ଏବଂ ତିନୋଟି ପୁତ୍ର ସନ୍ତାନକୁ ପାଇ ଖୁସି ଥିବା କହିଛନ୍ତି ତିନି ନବଜାତ ଶିଶୁ ପୁତ୍ରଙ୍କ ବାପା କଂସ ମାଝୀ। ବେଲଘର ଭଳି ଭିତର ଅଞ୍ଚଳରେ ଡାକ୍ତରଙ୍କ ସେବା ପାଇଁ ଅଞ୍ଚଳବାସୀ ଖୁସି ଥିବା ସହିତ ପ୍ରଶଂସା କରିଛନ୍ତି।