ହରଭଙ୍ଗା : ଆଜି ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ବିଜୁ ପଟ୍ଟନାୟକ ପଂଚାୟତ ସଶକ୍ତିକରଣ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।୨୦୨୧/୨୨ମୂଲ୍ୟାଙ୍କନ ବର୍ଷ ନିମନ୍ତେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ଗ୍ରାମପଞ୍ଚାୟତକୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ପ୍ରଥମ ସ୍ଥାନ ପୁରସ୍କାର ସ୍ୱରୂପ ୧ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଂଚାୟତ ରାଜ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ଏଡ଼ିଏମ ବବିତାରାଣୀ ଦଳବେହେରାଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହିଥିଲେ ।