ଜନ ଔଷଧୀ ଦିବସ ଅବସରରେ ବାଳୁକା କଳା

ପୁରୀ : ୭ ମାର୍ଚ୍ଚକୁ ଭାରତରେ ଜନ ଔଷଧି ଦିବସ ଭାବେ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ଜେନେରିକ ଔଷଧର ବ୍ୟବହାର ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି ନେଇ ଏହି ଦିବସକୁ ପାଳନ କରାଯାଉଛି । ଗତ ୨୦୧୯ ମାର୍ଚ୍ଚ ୭ ତାରିଖ ରେ କେନ୍ଦ୍ର ସରକାର ଦେଶର ୭୩୯ ଜିଲ୍ଲାରେ ୮୬୦୦ ଜନ ଔଷଧ ଆଉଟଲେଟ ଖୋଲିଥିଲେ । ଯେଉଁଠାରୁ କି ଲୋକମାନେ ଖୁବ କମ ଦରରେ ବିଭିନ୍ନ ଚିକିତ୍ସା ପାଇଁ ଔଷଧ କିଣିବା ନେଇ ବ୍ୟବସ୍ଥା ହୋଇଥିଲା । ଯାହାକି ଏବେ ବେଶ ଲୋକ ପ୍ରିୟ ହୋଇଛି । ଦିନକୁ ଦିନ ଲୋକ ମାନେ କେନ୍ଦ୍ର ସରକାରଙ୍କ ଜନ ଔଷଧି କେନ୍ଦ୍ରକୁ ଯାଇ ଉଚ୍ଚ ମାନର ବିଭିନ୍ନ ଔଷଧ କିଣି ବେଶ ଉପକୃତ ହେଉଛନ୍ତି । ଏହି ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ରଶିଳ୍ପୀ ସୁଦାମ ପ୍ରଧାନ ଏକ ସୁନ୍ଦର ବାଲୁକା ଚିତ୍ରକଳା କରିଛନ୍ତି । ଲୋକମାନେ ଜନ ଔଷଧି କେନ୍ଦ୍ରକୁ ଯାଇ ଔଷଧ କିଣି ଉପକୃତ ହେବାକୁ ବାର୍ତ୍ତା ଦିଆଯାଇଛି ।

Comments (0)
Add Comment