ବଜ୍ରପାତରେ ଜଣେ ମୃତ, ୫ ଆହତ

ପୁରୀ : ପୁରୀରେ ସକାଳେ ହୋଇଥିଲା ପ୍ରବଳ ବର୍ଷା ଓ ବଜ୍ରପାତ । ଆଉ ପୁରୀ ଜିଲ୍ଲାର ଗୋପ ଅଂଚଳରେ ହୋଇଥିଲା ବଜ୍ରପାତ । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ଗୋପର ବାଲିଘାଇ ଠାରେ ବିଲରେ ତଳି ରୋଉଥିବା ବେଳେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଆଉ ଜଣେ ବୋଲବମ ଭକ୍ତ କାହ୍ନୁ ବେହେରା ବାଲି କପିଳେଶ୍ୱର ମନ୍ଦିରରେ ଜଳାଭିଷେକ କରିସାରିଥିବା ବେଳେ ଠିଆ ହୋଇଥିବା ବେଳେ ବଜ୍ରପାତ ଯୋଗୁଁ ଅଚେତ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ପୁରୀ ମେଡିକାଲ ଅଣାଯାଇଥିଲା । ତାଙ୍କରେ ସେଠାରେ ଚିକିତ୍ସା ଚାଲିଛି ।ପୁଣି ଗୋପର ଭୁଆଁ ଅଂଚଳରେ ଜଣେ ବଙ୍ଗୀୟ ରାଜମିସ୍ତ୍ରୀ କବିର ଶେଖ ଘରେ ଶୋଇଥିବା ବେଳେ ବଜ୍ରାଘାତ ଯୋଗୁଁ ସେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପେଣ୍ଠକଟାର ବିକ୍ରମ ପାଣିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।ତେବେ ଭଗବାନଙ୍କ ଦୟାରୁ ବଞ୍ଚି ଯାଇଥିବାରୁ ମହାଦେବଙ୍କ ଆଶୀର୍ବାଦ ରହିଛି ବୋଲି କହିଛନ୍ତି ବୋଲବମ ଭକ୍ତ ।

Comments (0)
Add Comment