ଶ୍ରୀମନ୍ଦିର ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଥିବାବେଳେ ଆଜି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି ।  ତେବେ ମାନ୍ୟବର ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।

ଉଭୟ ପକ୍ଷର ଯୁକ୍ତିକୁ ଶୁଣିବା ପରେ କୋର୍ଟ ଆସନ୍ତାକାଲି ଯାଏଁ ରାୟକୁ ସଂରକ୍ଷିତ ରଖିଛନ୍ତି । ତେବେ ଆସନ୍ତାକାଲି ସୁପ୍ରିମକୋର୍ଟ ଏନେଇ କ’ଣ ରାୟ ଦେଉଛନ୍ତି ତାକୁ ନେଇ ସମସ୍ତ ଓଡ଼ିଶାବାସୀଙ୍କ ନଜର ରହିଛି । 

Comments (0)
Add Comment