ନବରଂଗପୁର:ଗୁରୁବାର ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାବୀର ଜୟନ୍ତୀ, ହନୁମାନ ଜୟନ୍ତୀ ସହ ଓଡ଼ିଆ ନବବର୍ଷ ପାଳନ ସାଙ୍ଗକୁ ଭାରତ ବର୍ଷର ଆଇନ ପ୍ରଣେତା ଡ. ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ଜିଲ୍ଲା କଂଗ୍ରେସ ଭବନ ଠାରେ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ଦଳୀୟ ସମସ୍ତ ବରିଷ୍ଠ ନେତା ତଥା ପିସିସି ଉପ ସଭାପତି ସଦନ ନାୟକ, ଭୂଜବଳ ମାଝୀ, ବରିଷ୍ଠ ନେତା ସତ୍ୟ ନାରାୟଣ ତ୍ରିପାଠୀ, ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଦିଲ୍ଲିପ ବେହେରା, ପାପଡ଼ାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟ ଡକ୍ଟର ଲିପିକା ମାଝୀ, ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ର, ନୀଲମ ହରିଜନ, ଅବଦୁଲ୍ ଫିରଜ୍, ପ୍ରଦୀପ ସାହୁ(ପରି), ଭବାନୀ ସାହୁ, ବାସୁଦେବ ପଟ୍ଟନାୟକ, ଠାକୁର ସୋସିଆଲ ମିଡିଆ ସେଲ ପବିତ୍ର ମାଟିୟା, ସୁରଜ୍ ଲାଲ ଓ ଉମା ଶଙ୍କର ଷଡ଼ଙ୍ଗୀ ପ୍ରମୁଖଙ୍କ ଉପସ୍ଥିତିରେ ଆଇନ ପ୍ରଣେତା ଭୀମ ରାଓ ଆମ୍ବେକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । ପରେ ନବ ନିଯୁକ୍ତି ପାଇଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଦ୍ୱାରିକା ମହାପାତ୍ରଙ୍କୁ ଜିଲ୍ଲା କଂଗ୍ରେସ ଭବନ ଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ସମସ୍ତଙ୍କ ଉପସ୍ଥିତିରେ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ସଭାପତି ଶ୍ରୀ ମହାପାତ୍ରଙ୍କ ଦ୍ୱାରା ନିକଟ କୁଷ୍ଠ ରୋଗୀ ଆଶ୍ରମ ଯାଇ ଫଳ ବଣ୍ଟନ କରାଯାଇ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କରିବା ସହ ସେମାନଙ୍କ ପ୍ରତି ଚାଲିଥିବା ସରକାରୀ ଯୋଜନା ସମ୍ବନ୍ଧରେ ପଚାରି ବୁଝିଥିଲେ ।