ସାପ କାମୁଡାରେ ଚାଲିଗଲା ୩ ଶିଶୁଙ୍କ ଜୀବନ

ଚମ୍ପୁଆ : ଚମ୍ପୁଆ ବ୍ଲକ୍‌ ଜାଲି ପଞ୍ଚାୟତ ନିଶ୍ଚିନ୍ତପୁରରେ ଏକ କୋଚିଙ୍ଗ ସେଣ୍ଟର୍‌ରେ ଗତ ରାତି ବିଷାକ୍ତ ସର୍ପ ଦଂଶନର ତଳେ ଶୋଇଥିବା ୩ ନାବାଳିକଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୨ ଜଣ ଗୁରୁତର ଅସୁସ୍ଥ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସେମାନଙ୍କର ବୟସ ୧୦ ରୁ ୧୧ ବର୍ଷ ହେବ ବୋଲି ଜଣାଯାଇଛି । ସୂଚନା ଯୋଗ୍ୟକି ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ୱର ମହାନ୍ତ ନିଜ ଘରେ କିଛି ପିଲାଙ୍କୁ ରଖି ଶିକ୍ଷାଦାନ କରୁଥିଲେ । ଉକ୍ତ କୋଚିଙ୍ଗ ସେଣ୍ଟର୍‌ର ପିଲାମାନେ ଶୋଇଥିବା ଅବସ୍ଥାରେ ଅଜଣା ବିଷାକ୍ତ ସର୍ପ ଦଂଶନ କରିଥିଲା । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ କି ସରକାରଙ୍କ ।ରୁ ଅନୁମତି ନ ପାଇ ଅସ୍ୱାଭାବିକ ପରିସ୍ଥିତିରେ ବହୁ କୋଚିଙ୍ଗ ସେଣ୍ଟର୍‌ ଚାଲୁଥିବା ବେଳେ ଏଥିପ୍ରତି ଶିକ୍ଷା ବିଭାଗର ନଜର ନଥିବା ଜଣାଯାଇଛି ।

Comments (0)
Add Comment