ବ୍ରହ୍ମପୁର:ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୨୦୨୦ ବ୍ୟାଚ୍ ଆଇଏଏସ୍ ଅଫିସର କୁଲକର୍ଣ୍ଣି ଆଶୁତୋଷ ସି ବ୍ରହ୍ମପୁର ନୂତନ ଉପଜିଲ୍ଲାପାଳ ନିଯୁକ୍ତି ପାଇଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ଭିଭାସନ୍ଙ୍କ ପଦୋନ୍ନତି ହୋଇ ଗଞ୍ଜାମ ପିଡିଡିଆର୍ଡିଏ ହୋଇଥିଲେ । ପଦୋନ୍ନତି ପରେ ବି ଭି.କୀର୍ଭିଭାସନ୍ ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିଲେ । ବ୍ରହ୍ମପୁରରେ ପୁଣି ଜଣେ ଆଇଆଇଏସ୍ଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି । ସହରର ବିକାଶ ସହ ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ଆସିପାରିବ ବୋଲି ଆଶା କରାଯାଉଛି ।