ସଂଗ୍ରାମପୁର ଏମଇ ସ୍କୁଲରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ-ଶିକ୍ଷାଦନ ଶୁଭାରମ୍ଭ

ବୌଦ୍ଧ :ବୌଦ୍ଧ ବ୍ଲକ ତାଳସରଡା ଗ୍ରାମପଞ୍ଚାୟତ ଅଧିନସ୍ଥ ସଂଗ୍ରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉପଦେଷ୍ଟା ଚେତାରାମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷଣ -ଶିକ୍ଷାଦନର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ମୁଖ୍ୟ ଅତିଥିଭାବରେ ଯୋଗଦେଇ ବିଦ୍ୟାଳୟ ଆଣିଥିବା ପ୍ରୋଜେକ୍ଟରକୁ ଉଦଘାଟନ କରିଥିଲେ । ପିଲାମାନେ ଭଲ ପାଠ ପଢିବା, ଭଲ ଛାତ୍ର ହେବା, ନିରନ୍ତର ଅଭ୍ୟାସ କରିବା, ପ୍ରୋଜେକ୍ଟର ପିଲାଙ୍କ ଶିକ୍ଷଣ ଶିକ୍ଷାଦାନରେ ଅଧିକ ସହାୟକ ହେବ ବୋଲି ବକ୍ତବ୍ୟ ଦେଇଥିଲେ । ସଂଗ୍ରାମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ କୁମାର ମେହେର, ସିଆରସି ସି ରାଜକୁମାର ପ୍ରଧାନ ଓ ସଞ୍ଜୟ କୁମାର ଦେହୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାଙ୍କ ଉତ୍ତମ ଶିକ୍ଷଣ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରଧାନ ଶିକ୍ଷକ ଅଜିତକୁମାର ମେଣ୍ଡିଳୀ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ରଶ୍ମିରଂଜନ ଡାଙ୍ଗ, ଦୁଃଶାସନ ସେଠୀ, ଗୋବିନ୍ଦ ପ୍ରଧାନ ଓ ପୁଷ୍ପିତା ସାହୁଙ୍କ ସହିତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଦୁଃଶାସନ ସେଠୀ ଧନ୍ୟବାଦ ଦେଇଥିଲେ । ଶେଷରେ ବେଙ୍ଗର ଜୀବନ ଚକ୍ର ପ୍ରୋଜେକ୍ଟରରେ ପ୍ରଦର୍ଶନ କରାଯାଇଥିଲା ।

Comments (0)
Add Comment